STORYMIRROR

Kalandi pal

Abstract

4  

Kalandi pal

Abstract

ସ୍ୱଚ୍ଛ ଭାରତ ଅଭିଯାନ

ସ୍ୱଚ୍ଛ ଭାରତ ଅଭିଯାନ

1 min
308


ସ୍ୱଚ୍ଛ ଅଭିଯାନ     କଲେ ପ୍ରଣୟନ

     ନେତାଙ୍କ ହାତେ ଖଡ଼ିକା

ସଫା ରାସ୍ତା ଦେଖି   ଅଳିଆକୁ ଫିଙ୍ଗି

     ଫଟୋ ଉଠାଇବା ପକ୍କା 

   କେବେ, ଅଳିଆରେ ନାହିଁ ଦକା

ଲୋକେ ଜାଣିବାକୁ   ପ୍ରହସନ ଖାଲି

     ଭାବୁଛ କି ସର୍ବେ ବୋକା ।।


ଦେଲେ ପାଇଖାନା ଘରେ ଘରେ ସିନା

    ଫାଇଲିରେ ହେଲା କାମ

କା'ର ଘର ନାହିଁ    ମିଠା କଥା କହି

    ଟଙ୍କା ଘର ହେଲା ଶୁନ

   ଯାର, ପାଇଖାନା ଅଛି ଜାଣ

ଛେଳି ମେଣ୍ଢା ବୋଦା ଜାଳ କାଠ ଗଦା

    ତା ମଧ୍ୟେ ହୋଇଛି ପୂର୍ଣ୍ଣ ।।


ଝାଡାଟି କୁଆଡେ   ବାହାରକୁ ଗଲେ

    ଆତ୍ମାକୁ ମିଳଇ ଶାନ୍ତି

ପାଇଖାନା ଘରେ  ପଶିଗଲେ ଥରେ

    କାହାକୁ ମାଡ଼ୁଛି ବାନ୍ତି

   ସଦା, କହନ୍ତି ଲୋକେ ଏମିତି

କେବେ ବଦଳିବ   ଏ ମାନସିକତା

     ବଦଳିବ ଆମ ନୀତି ।।


ବଦଳି ନାହିଁ କି     ବଦଳିବ ନାହିଁ

    ଯେତେ କଲେ ସଚେତନ

ମନେ ମନେ ସର୍ବେ ନାଚୁଥାନ୍ତି ଗର୍ବେ

      ମାନନ୍ତିନି ବଡ ସାନ

    ସର୍ବେ, କହୁଛନ୍ତି ପ୍ରହସନ

ଆମ ଜେଜେ ବାପା  ଚଉଦ ପୁରୁଷ

      ଚଳଣି ସହ ସମାନ ।।


ଅଶିକ୍ଷିତ ଥିଲେ    ଯାହା କରୁଥିଲେ

      ସବୁ ନୁହଁଇ ପ୍ରେରଣା

ଶିକ୍ଷିତ ହୋଇଲେ   ସବୁ ତଉଲିଲେ

      କାହିଁ ହେବା ବାଟ ବଣା

  ମିଛେ, ଗାଲୁରେ ମାର ଥୋବଣା

ସ୍ୱଚ୍ଛ ପରିବେଶ    ସ୍ବାସ୍ଥ୍ୟ ପାଇଁ ହିତ

     ଏ କଥା ନାହିଁ କି ଜଣା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract