STORYMIRROR

LALIT MOHAN DASH

Abstract

4  

LALIT MOHAN DASH

Abstract

ଶୀତଳ ଷ୍ଠଷ୍ଠୀ

ଶୀତଳ ଷ୍ଠଷ୍ଠୀ

1 min
373


ବାର ମାସେ ତେର ପରବ ପାଳନ୍ତି

    ଆମ ଓଡ଼ିଶା ରାଇଜ ବାସୀ

ଶୀତଳ ଷଷ୍ଠୀ ଏ ମହାନ ପର୍ବ

    ସର୍ବେ ଖୁସିରେ ପାଳନ୍ତି ମିଶି ।


ଜ୍ୟେଷ୍ଠ ମାସର ଶୁକ୍ଳ ଷଷ୍ଠୀ ଦିନ

    ଶୀତଳ ଷଷ୍ଠୀ ହୁଏ ପାଳନ

ଶିବ ପାର୍ବତୀଙ୍କ ବିବାହ ଉତ୍ସବ

   ଯଥା ନୀତିରେ ହୁଏ ସଂମ୍ପନ୍ନ ।


ମହାତପୀ ମହାକୋପୀ ଯେ ଅଟନ୍ତି

   ଶିବ ଭଗବାନ ଆଶୁତୋଷ

ପାର୍ବତୀ ଙ୍କ ସହ ବିବାହ ହେବାରୁ

   ଦୂର ହେଲା ତାଙ୍କ ରାଗ ରୋଷ ।


ପଞ୍ଚମୀ ଦିନରେ ଶିବ ବିବାହ ହୁଅନ୍ତି

   ଏହା ଦିଅଁ ବିଭା କୁହାଯାଏ

ଶିବ ପ୍ରତିମାକୁ ନେଇ ପାର୍ବତୀ ମନ୍ଦିରେ

   ବିବାହ ନୀତିରେ କରାଯାଏ ।


ଭଗବାନ ବିଷ୍ଣୁ ଶଙ୍କର ଅଟନ୍ତି

  ନାମ ଅଟଇ ଏକ ଅଭିନ୍ନ

ଶ୍ରୀମନ୍ଦିରେ ବିଜେ ପଞ୍ଚ ମହାଦେବ

   ଏ ହରିହର ପୂଜା ମହାନ ।


ଦେବଙ୍କର ଦେବ ନାମ ମହାଦେବ

   ମଙ୍ଗଳମୟ କଲ୍ୟାଣକାରୀ

ପ୍ରଭୁଙ୍କ ବିବାହ ଦର୍ଶନ କରିଲେ

   କୃପା ଲଭି ଯାଇଥାନ୍ତି ତରି ।

      

 


Rate this content
Log in

Similar oriya poem from Abstract