STORYMIRROR

Manas Ranjan Nayak

Abstract

4  

Manas Ranjan Nayak

Abstract

ମଣିର ମାଣ ପୁରିଲା

ମଣିର ମାଣ ପୁରିଲା

1 min
387

କିଛିଦିନ ହେଲା ଆଈମା ଡାକୁଥିଲା ହାତଟେକି ଜଗାକୁ

କଲା ପାପ ପୂଣ୍ୟର ସଂସାର ପାଇଟି, ବାକି ଆର ପାରିକୁ 

ଏତକ ଆୟୁଷର କର୍ମ ତା' ବାଟ କାଡିବ ପୁନର୍ଜନ୍ମକୁ

ମଣିର ମାଣରୁ ଶେର ପୁରିଲା, ଛାଡିଗଲା ବେଉଷଣକୁ। 


କୁଆଁରୀ କାଳରେ ସାଜିଲା ମହାଜନୀ ଘରର ଭୂଆଶୁଣୀ

ଯୌବନର ମୂଲ ଦେଲା ସାତ ଝିଅ ଦୁଇ ପୁଅର ବାରୁଣୀ

ପତ୍ନୀ ଧର୍ମେ ସଶ୍ରଦ୍ଧ ଆବୋରିଲା ଯୁଗ୍ମ ପରିବାର ରୋଷଣୀ

ପତି ଦିଅର ଶାଶୁ ଶଶୁରଙ୍କ ପାଇଁ ଯୋଗାଡିଲା ତୋରାଣୀ। 


କଡ ଲେଉଟାଇଲା ସମୟ, ଭାଗ ହେଲା ପାଖାପାଖି ଘର

ଗୋଟେ ଭାତହାଣ୍ଡିର ସଂସାର ଏବେ, ସାତ ଭଗାରୀଠୁ ପର

ଜାବୁଡ଼ିଥିବା ଘର ଢିହ, ତୁଳସୀ ଚଉଁରା ହେଲାକି ତା'ର? 

ଜୁଇ ନିଆଁରେ ଜଳିଗଲା ଯେତେ ମୋହ ମାୟାର ଜଉଘର। 


ନିରୁତା ସ୍ବାର୍ଥର ଆୟୁଧେ ହିଁ ଗଢୁଛେ ମେଘନାଦ ପାଚେରୀ

ଆଈମା'ର ପୁଣ୍ଯ ଆତ୍ମା ଏଠୁ ପାଇବକି ସହଜେ ଉଦ୍ଧରି? 


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract