STORYMIRROR

Bibhutibhusan Majhi

Abstract Inspirational

4.4  

Bibhutibhusan Majhi

Abstract Inspirational

ପ୍ରେମର ପସରା

ପ୍ରେମର ପସରା

1 min
410


କେଉଁଠି ଢାଳିବି ନୟନ ଯୁଗଳ

​ଅନିନ୍ଦ୍ୟ ସୁନ୍ଦରେ ଭରା

ସଭି ଦଶ ଦିଶେ କୋଣେ ଅନୁକୋଣେ

​ପୀରତି ଦିଏ ପହରା ।୧।

ସକାଳୁ ଚାହିଁଲି ପୂରୁବ ଆକାଶେ

​ସେନେହ ମୂରୁଜ ଢାଳି

ଶୁଶୋଭିତ ଯେହ୍ନେ ପରମାତ୍ମା ସଙ୍ଗେ

​ଜୀବାତ୍ମା ଯାଆନ୍ତି ମିଳି ।୨।

ଧୀରେ ଧୀରେ ତୁମ ବଦନ କମଳେ

​ଫୁଟି ଉଠେ ସ୍ମିତ ହାସ

ପ୍ରଶାନ୍ତ ପ୍ରସନ୍ନ ଗୌତମ ଯେସନେ

​ପାଇ ଆଲୋକ ଆଭାସ ।୩।

ଅଳସ ନୟନେ ଚାହେଁ ଅଗଣାରେ

​ପ୍ରଭୁ ଶ୍ରୀରାମ ପୀରତି

ପିଠିରେ ରଙ୍ଗେଇ ଖେଳଇ ଗୁଣ୍ଡୁଚି

​କରମ ଦିଏ କୀରତି ।୪।

ଅନତି ଦୂରରେ ପିଜୁଳି ଡାଳରେ

​ହନୁ ଫଳ ଆସ୍ବାଦନ

କି ଆଶିଷ ଦେଲ ସାତ କଳେ ଲାଗେ

​ସକଳେ ସୁଧା ସମାନ ।୫।

କେଉଁଠି ଅଛ ଗୋ ଏଇଠି ମୁଁ ଅଛି

​କପୋତୀ ଘୁଟୁରୁ ସ୍ଵନ 

କପୋତ ଘୁମୁରେ ଆସୁଛି ଗୋ ପ୍ରିୟେ

​ଶ୍ରଦ୍ଧା ପ୍ରେମ ହିଁ ଜୀବନ ।୬।

ପିଞ୍ଜରା

ରେ ବଦ୍ଧ ଶାରୀ ବୋଲେ ପ୍ରିୟେ

​ଖେଦ ନକରି ପ୍ରେମରେ

ବିତେଇବା ଦିନ ରମେ ନର ଦେଖ

​ବଦ୍ଧ ହୋଇଣ ଶରୀରେ ।୭।

ବାୟା କହେ ଏହା ବସା ନୋହେ ଦୋଳି

​ଆନନ୍ଦେ ସଙ୍ଗୀତ ଗାଇ

ପ୍ରେମରେ ଜୀବନ ବିତୁ ଭାସିଯିବା

​ପିମ୍ପୁଡିରେ କୁଟା ଦେଇ ।୮।

ବଗୁଲା ବଗୁଲି ଥଣ୍ଟେ ଥଣ୍ଟ ଦେଇ

​ଶରଧା ନିଅନ୍ତି ବାଣ୍ଟି

ବଣି ଯୋଡି କେବେ ନୁହନ୍ତି ବିଚ୍ଛେଦ

​ସଙ୍ଗତେ ତୁଟଇ ଭ୍ରାନ୍ତି ।୯।

ଗୃହର ସମୀପ ସରେ ସରସିଜ

​ପ୍ରେମେ ପୁଲକିତ ପ୍ରାଣେ

କେଡେ ସରାଗରେ ଆଲିଙ୍ଗନେ ବନ୍ଧା

​ପ୍ରିୟାର କର କିରଣେ ।୧୦।

ଛାଡି ଯାଉଁ ରବି ଗୋଧୂଳି ରକ୍ତିମ

​ବ୍ରୀଡାଭରେ ନଭରାଣୀ

ଅସଂଖ୍ୟ ନୟନେ ପ୍ରୀତି ସନ୍ଦର୍ଶନେ

​ରାତ୍ରି କାଟେ ବିରହିଣୀ ।୧୧।

ବାତାବରଣରେ ସ୍ନେହ ଶ୍ରଦ୍ଧା ପ୍ରେମ

​ଭରା ସୁଗନ୍ଧିତ ବାଆ

ପ୍ରେମର ପସରା ଦେଖିବ ସରଗ 

​ଆସିଛି କି ମୋର ଗାଁ ।୧୨।


Rate this content
Log in

Similar oriya poem from Abstract