ଓଡ଼ିଆ ଙ୍କ ଏହୁତ ଭୁଇଁ
ଓଡ଼ିଆ ଙ୍କ ଏହୁତ ଭୁଇଁ
ବିଚ୍ଛିନ୍ନ ଏ ଓଡ଼ିଆଙ୍କ ଭୂଇଁ
ଧର୍ମ ଭୂଇଁ ଏହୁ କର୍ମ ଭୂଇଁ ପରା
ଅଟେରେ ଓଡ଼ିଆ ଭୂଇଁ
ସ୍ବର୍ଗ ପରି ତା ଆନନ୍ଦ ଯହିଁ
ମରିବା ତା କୋଳେ ଜୀଇଁ ବା କୋଳେ
ସୁରକ୍ଷା କରିବା ଭୂଇଁ...........( ୧ )
ରକ୍ଷା କରିବା ମାତୃଭାଷାର
ପଢ଼ିବା ଲେଖିବା କରିବା ଆଦର
ଜନନୀ ଭାଷା ଆମର
ସର୍ବୋଚ୍ଚ ସ୍ଥାନ ଅଟେ ଏହାର
ବାଧା ବିଘ୍ନ ଯେତେ ଆସୁ ପଛେ ଏଠି
କରିବା ସୁରକ୍ଷା ତାର..........( ୨ )
ଆମେ ପରି ଓଡ଼ିଆ ସନ୍ତାନ
ଡ଼ର କିମ୍ପା ଭାଇ କମ୍ପଇତ ମନ?
ଆସିଛି ଏ ଶୁଭ ଦିନ
ଉଠ ନିଦ୍ରା ତେଜି ହେ ଓଡ଼ିଆ ଜନ
ତୋଷାମଦିଆ ପରା ଟି ହୀନ
ଅଇଁଠା ପତରେ କାହିଁକି ଏ ମନ?
ନାହୁଁ ଆମେ କ୍ଷପ୍ତ ଶ୍ବାନ........( ୩ )
ଭୃତ୍ୟ ଭାବ ଭାଇ କିମ୍ପା ଧରିବା?
ଅଧିକାର ପାଇଁ ଆମେରେ ଲଢ଼ିବା
କାହିଁକି ଚିନ୍ତିତ ହେବା
ଆମ ଭାଷା ଆମେ ରକ୍ଷା ଟି କରିବା
ଶାନ୍ତି ଆନ୍ଦୋଳନରେ କରିବା
ଆମ ମାତୃଭାଷା ଯେ ରକ୍ଷା କରିବା
ଚେଷ୍ଟାରେ ନିତ୍ୟେ ରହିବା..........( ୪ )
କିଏ ଶୁଣିବ ଆମ ରୋଦନ
କାହିଁ ପାଇଁ ଅନ୍ୟ ଦେବେରେ ଧ୍ୟାନ
କରିଛି ଉତ୍କଳ ଭିନ୍ନ
କରିଛି ବିଚ୍ଛିନ୍ନ କିପରି ସେ ମନ
ଭୂମିରେ ମାତୃଭାଷା ଶୁନ୍ୟ
ମୋ ପୂର୍ବ ପୂରୁଷେ ଗଲେ ସ୍ବର୍ଗ ଧାମ
ମନଟା ହୁଏ ଉଚ୍ଛନ୍ନ.............( ୫ )
ମାତୃଭାଷା ଶିକ୍ଷା ଦରକାର
ସମ୍ବିଧାନ ଦିଏ ସେହୁ ଅଧିକାର
ନୂଆ ନୀତି ଟି ଏଥର
ଅଧିକାର ଦିଏ ଏ ମାତୃଭାଷାର
ଆମ ଏତେ କାହିଁ ପାଇଁ ଡ଼ର
ନଜର ଦେବରେ କେନ୍ଦ୍ର ସରକାର
ହେବ ଶିକ୍ଷା ଓଡ଼ିଆର...........( ୬ )
ହୃଦେ ଗୁଞ୍ଜୁରେ ପ୍ରେମ ମାତୃଭାଷା
ଗୃହେ କହୁଥିବା ଜନନୀର ଭାଷା
ଆଗେ ଥିବ ଆମ ଭାଷା
ହେବା କଥାବାର୍ତ୍ତା ଜନନୀର ଭାଷା
ରଖିବା ସର୍ବୋଚ୍ଚ ନିଜ ଭାଷା
ସୁରକ୍ଷିତ ହେବ ନିଶ୍ଚେ ମାତୃଭାଷା
କରିବ ଗର୍ବିତ ଭାଷା...........( ୭ )
ମନପ୍ରାଣ ଦେଇ କର ଆଦର
ଦୂର କର ଭାଇ ହିଂସା ଅହଂକାର
ଏକତାରେ ଦରକାର
ସଫଳତା ପ୍ରାପ୍ତି ହେବ ଟି ଆମର
ନଥିବ ତହିଁ କିନ୍ତୁ ବିଚାର
ଓଡ଼ିଆ ପଢ଼ିବେ ଓଡ଼ିଆ କହିବେ
ସନ୍ତାନ ପରା ଆମର...........(୮ )
