STORYMIRROR

Bharatabandhu Biswal

Abstract Others

4  

Bharatabandhu Biswal

Abstract Others

କହିବା ଦୁଃଖ କାହାକୁ

କହିବା ଦୁଃଖ କାହାକୁ

1 min
236



ବସିଛି ମାଉସୀ ପସରା ମେଲାଇ 

ଗହଳି ହାଟ ବଜାର

ତିରିଶ ଟଙ୍କାରେ କିଲୋଟେ ବିକିରି

ଲାଲଦେଶୀ ଟମାଟର ।

ବଛାବଛି ଅଛି ଅଲଗା ଝୁଡିରେ

ଟିକିଏ ପୋକରା ସଢା

କହୁଛି ପନ୍ଦର ଦିଅହେ ଗରାଖେ

ନିଅ ଏକକିଲୋ ପୂରା ।

ଅଧା ମୂଲ୍ଯ ଦେଇ ସମାନ ଓଜନ

ଭାଗ୍ୟରେ ଥିଲେ ମିଳଇ

ସରିଲେ ଏତକ ଖୋଜି ହେଉଥିବ

ଜମାରୁ ମିଳିବ ନାହିଁ ।

ଯାହାର ରହିଛି ବଡ ପରିବାର 

ଖାଇ ନେବ ସଙ୍ଗେ ସଙ୍ଗେ

ହେବ ନାହିଁ ନଷ୍ଟ ବଞ୍ଚିବ ପଇସା

ମିଳଇ ସୁବିଧା ଭାଗ୍ଯେ ।

ସହି ଖରାତରା ବୋଝକୁ ମୁଣ୍ଡାଇ 

ହାଟ ବଜାରରେ ବସି

ପେଟ ପାଇଁ ଆମେ କରୁଛୁ ବେପାର 

ଲାଭ ନାହିଁ କ୍ଷତି ବେଶୀ ।

ପୋକରା ପଦାକୁ ଫିଙ୍ଗୁଛୁ ବି କିଛି

ଅଧାରେ ମୂଲାଇ ବିକୁ 

ଦଉଡୁଛି ଲାଭ ଗୁହାଳକୁ ବାବୁ

କହିବୁ ଦୁଃଖ କାହାକୁ ?

 


Rate this content
Log in

Similar oriya poem from Abstract