ଦାମ୍ପତ୍ଯ
ଦାମ୍ପତ୍ଯ
ସୃଷ୍ଟିକର୍ତ୍ତାଙ୍କର ଦୀକ୍ଷାରେ ଦୀକ୍ଷିତ
ନାରୀ ଓ ପୁରୁଷ ଦୁଇ,
ସୁନ୍ଦର ସୃଷ୍ଟିର ରଚନା କରିଲେ
ନାୟକ ନାୟିକା ହୋଇ ।
କେବେ ସେ ସାଜିଲେେ ଗେହ୍ଲା ପୁୁତ୍ର କନ୍ୟା
କେବେ ବା ଭଉଣୀ ଭାଇ,
ବର କନ୍ଯା ସାଜିି ମଣ୍ଡପେ ବସିଲେେ
ସୃଷ୍ଟି ସଂରଚନା ପାଇଁ ।
ହସି ହସାଇଲେ ସଂସାର ପ୍ରାଙ୍ଗଣ
ସିଞ୍ଚାଇ ଅମୃତ ଧାରା,
ସ୍ନେହ ପ୍ରେମ ଦୟା ସହନଶୀଳତା
ତ୍ଯାଗର ବୀଜ ନିଆରା ।
ସେ ବୀଜ ବୁଣିଲେ ପିଢି ପରେ ପିଢି
ସୁଧା ଫସଲ ଫଳିବ,
ସ୍ନେହ ପ୍ରେମ ତ୍ଯାଗ ଆଦରେ ସଂସାର
ସୁଶୋଭିତ ହେଉଥିବ ।
ଧାନ କିଆରୀରେ ବାଳୁଙ୍ଗା ଉଠିବ
କେ କରି ନ ପାରେ ଆନ,
ବିଧିର ବିଧାନେ କ୍ରୋଧ ହିଂସା ଈର୍ଷା
ନେଇ ଜନମିବେ ଜନ ।
ମାନବୀୟ ଗୁଣ ହରାଇ ମାନବ
ଧରାକୁ ସରା ମଣିବେ ,
ଅନୀତି ଦୁୁର୍ନୀତି ପାପ ଆଚରଣେ
ସଂସାରେ କ୍ଲେଶ ଭରିବେ ।
ଭଲ ସଂଗେ ମନ୍ଦ ଦୁଃଖ ସଙ୍ଗେ ସୁଖ
ଦିବା ନୀଶିର ରଚନା,
ସାଧୁ ସଙ୍ଗେ ଦୁୁଷ୍ଟ କୃତି ଓ ଅକୃତି
ମିଶ୍ରଣେ ମାନବ ବଣା ।
ବିଚିତ୍ର ସଂସାର ନାଟକ ରଚିଲେ
ମାୟାଧର ମାୟା ଜାଲେ,
ନାରୀ ଓ ପୁରୁଷ ଛନ୍ଦି ହୋଇ କଲେ
ଅଭିନୟ କାଳେ କାଳେ ।
ସୁନ୍ଦର ସୃଷ୍ଟିକୁ ରକ୍ଷା କରିବାକୁ
ସହାୟକ ଭଗବାନ
ଧର୍ମ ସଂସ୍ଥାପନେ ଦୁଷ୍ଟ ନାଶନେ
ବିରାଜିବେ ନାରାୟଣ ।
ବିଶେଷ ଦାୟିତ୍ବ ବହନ କରିବା
ପାଇଁ ରଚିଲେ ବିବାହ ,
ଜୟ ଜଗନ୍ନାଥ ଭିଆଇଲେ ମାୟା
ଓଁ ପ୍ରଜାପତେୟ ନମଃ ।
ଦାମ୍ପତ୍ୟ ଜୀବନ ପବିତ୍ର ବନ୍ଧନ
ସୃୃଷ୍ଟି ସଂରଚନା ପାଇଁ ,
ନୀତି ନିିୟମରେ ସଂସାର କରିବା
ସମର୍ପି ଜଗତ ସାଇଁ ।
ଜୀବନରେ ଶାନ୍ତି ସୁଖ ଓ ସମୃଦ୍ଧି
ପାଇଁ ଦାମ୍ପତ୍ୟ ଜୀବନ,
ସମଲିଙ୍ଗୀ ସହ ବିବାହ ଅଟଇ
ଏକ ବିଭତ୍ସ ଚିନ୍ତନ ।
ବ୍ଯକ୍ତି ସ୍ବାଧୀନତା ନାମରେ ମଣିଷ
ପ୍ରକୃତି ବିରୁଦ୍ଧେ ଗଲେ,
ବ୍ଯକ୍ତି ଓ ସମାଜ ଦେଶର ବିନାଶ
ଘଟିିିବ କାଳର ବଳେ ।
