Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Golak Bihari Sahoo

Inspirational Children

3  

Golak Bihari Sahoo

Inspirational Children

ଶିକ୍ଷକ

ଶିକ୍ଷକ

1 min
115







ସଂସାରଟା ଆମ ଜ୍ଞାନର ଭଣ୍ଡାର 

   ଯେତେ ଶିିକ୍ଷା କଲେ ନ ସରେ,

ଏନ୍ତୁଡ଼ିଶାଳରୁ ଶ୍ମଶାନ ଯାଏଁ

   ଜୀବନ ବିତଇ ଶିକ୍ଷାରେ ।

ବାପମାଆ ଆମ ପ୍ରଥମ ଶିକ୍ଷକ

   ତାଙ୍କଠାରୁ ଭାଷା ଶିଖିଲୁ,

ତାଙ୍କ ହାତ ଧରି ଠୁକୁ ଠୁକୁ ଚାଲି

   ଗାଆଁ ଦାଣ୍ଡେ ଦୌଡି ଚାଲିଲୁ ।

ବିଦ୍ଯାଳୟ ଗଲୁ ଶିକ୍ଷା ଲାଭ କଲୁ

   ଶିକ୍ଷକ ଗୁରୁଜୀ ଆମର,

ତାଙ୍କର ଶିକ୍ଷାରେ ଦୁନିଆଁ ଚିହ୍ନିଲୁ

   ଶିକ୍ଷା ବିନା ସବୁ ଅନ୍ଧାର । 

ତାଙ୍କର ନିର୍ଦ୍ଦେଶ ଉପଦେଶ ବାଣୀ 

   ଜୀବନର ଦିଗ୍ ଦର୍ଶନ,

ଶିକ୍ଷକ ବିନା ଦୁନିଆ ଅସାର

   ଜୀବନେ ଆସଇ କଷଣ । 

ପିତାମାତା ଏବଂ ଶିକ୍ଷକ କରନ୍ତି

   ଆମର ଚରିିତ୍ର ନିର୍ମାଣ,

ସତ୍ ପଥେ ଚାଲି ଦେଶ ସେବା କରି

   ଜୀବନେ ହେଉଛୁ ମହାନ । 

ମଣିଷ ସମାଜ ଗଢି ସେ ତୋଳନ୍ତି

   ଶିକ୍ଷା ଦାନ କରି ସର୍ବଦା,

ତାଙ୍କ ଅବଦାନ ଅବିସ୍ମରଣୀୟ 

   ଗୁରୁଦେବ ତାଙ୍କ ମର୍ଜାଦା । 

ଆଜି ଆମେ ଯେଉଁ ପଦେ ପ୍ରତିଷ୍ଠିତ 

   ଡାକ୍ତର, ବିଜ୍ଞାନୀ, ଶିକ୍ଷକ,

ଇଂଜିନିୟର, ଅଫିସର, କିରାଣୀ

   ମନ୍ତ୍ରୀ ଅବା ଦେଶନାୟକ । 

ସେ ସବୁୁ ତାଙ୍କର ଶିକ୍ଷାର ପ୍ରଭାବ

   ଚିରରୂଣୀ ଆମେ ତାଙ୍କର,

ତାଙ୍କ ଅବଦାନ ସମାଜେ ମହାନ 

   ଚିରନମସ୍ଯ ସେ ଆମର ।

ଶିକ୍ଷା ଜଗତରେ ଅଶିକ୍ଷା ନ ପଶୁ

   ଶିକ୍ଷକ ପାଆନ୍ତୁ ଆଦର,

ଯୁଗ ନିର୍ମାଣର କାରୀଗର ସିଏ

   ଅମୂଲ୍ୟ ଧନ ସେ ଦେଶର । 


Rate this content
Log in

Similar oriya poem from Inspirational