STORYMIRROR

Keshab Chandra Dash

Abstract Others

4  

Keshab Chandra Dash

Abstract Others

ସପନର ଦୁନିଆଁ

ସପନର ଦୁନିଆଁ

1 min
294

ସପନର ଦୁନିଆଁରେ ମଜ୍ଜିଥିବୁ ଯେବେ

ପାଉଥିବୁ କେତେ ମଜା

କେତେ ରଙ୍ଗ ରସ ,କେତେ ଭାବପ୍ରେମ 

ଉଷୁନା ଧାନରୁ ଗଜା।


ସପନର ଦୁନିଆଁରେ ମଜ୍ଜିଥିବୁ ଯେବେ

ହେବୁ ସେ ରାଇଜର ରଜା

ପାଟ ମନ୍ତ୍ରୀ କେତେ ସେନାପତି କଟୁଆଳ

ବାଜୁଥିବ ଚତୁର୍ଦ୍ଦିଗେ ବାଜା


ସପନର ଦୁନିଆଁରେ ମଜ୍ଜିଥିବୁ ଯେବେ

ପାଇଯିବୁ ସୁନା ମୁଣ୍ଡା

କେତେ କୋଠାବାଡି , ଗାଡ଼ି ଘୋଡ଼ା କେତେ

ସବୁ ପାଇଯିବୁ, ଉଡ଼ିବ ବିଜୟ ଝଣ୍ଡା।


ରାତିର ସପନ ସତ ହୁଏ ନାହିଁ

ସକାଳକୁ ସବୁ ଶେଷ

ମରୁ ମରୀଚିକା ଅଟେ ସିନା ସେହି

ଖାଲି ମନକୁ କରେ ନିରାଶ।


ନିଜ ଅଭିଳାଷ ସପନ ସମାନ

ସଫଳତା ଆଛି ନିଶ୍ଚେ ତାର

ଦିନ ରାତି ସେହି ଉଦ୍ୟମରେ ଥିଲେ

ହେବଟି ତାହା ସାକାର ।


ରାତି ସପନ ପରି ନୁହେଁ ଧୁଆଁବାଣ

ଅଛି ତାର ସାର୍ଥକତା

ସେହି ସପନରେ ମଜ୍ଜିଥିବୁ ଯେବେ

ସପନ କହିବ କଥା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract