ବିପ୍ଳବୀର ଚିନ୍ତନ
ବିପ୍ଳବୀର ଚିନ୍ତନ
ହିଂସା ରଚଇ ମୃତ୍ୟୁର ଲୀଳା, ଶାନ୍ତି
ପଥରେ ଆଗେଇ ଯିବା
ବିଜ୍ଞ ମଣିଷ ସମାଜ ଛାଡ଼ି ହିଂସା ମାର୍ଗ,
ସଂହତିର ମାର୍ଗ ଧରିବା ।
ଶାନ୍ତିର ପ୍ରତୀକ ଅଟେ ପ୍ରଗତି, ଅହିଂସାର
ବାଟରେ ଚାଲ ଚଳିବା
ରୁଷିଆ ୟୁକ୍ରେନକୁ, ଛାଡ଼ିବାକୁ ଯୁଦ୍ଧଖୋରୀ
ମାର୍ଗ ଆହ୍ୱାନ ଦେବା ।
ଆମେ ହୃଦୟପ୍ରେମୀ, ମାନବପ୍ରେମୀ ଓ
ଶାନ୍ତିପ୍ରେମୀ ମଣିଷ
ଦିନେ ନା ଦିନେ ଆସିବ ଶାନ୍ତି, ପ୍ରୀତି ଓ
ମୈତ୍ରୀ, ରଖିବା ବିଶ୍ୱାସ ।
ସେ ଆତ୍ମ ବିଶ୍ବାସକୁ କେହି ଭାବି ପାରଇ
କୁହୁଡ଼ିରେ ପହଁରିବା
ଶାନ୍ତି ଓ ମୈତ୍ରୀର ଅପେକ୍ଷା, ନୂହଁ କେବେ
ସମୟ ଅପଚୟ କରିବା ।
ସଚେତନ ହେବାକୁ ପଡିବ ବର୍ତ୍ତମାନର
ଘଡିସନ୍ଧି ସମୟରେ
ତେବେ ଯାଇ ଅମୃତ ମିଳିବ ମଣିଷ
ସମାଜରେ, ଏ ଧରାରେ ।
ନିଜକୁ ତିଳତିଳ କରି ଜାଳି ଭବିଷ୍ୟତକୁ
ସୁନ୍ଦର କରିବା ସପନ
ଯୁଗେ ଯୁଗେ ରହି ଥାଏ ସଦା ସର୍ବଦା
ଏକ ବିପ୍ଳବୀର ଚିନ୍ତନ ।