Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Action Classics Inspirational

3  

Satyanarayan Sahoo

Action Classics Inspirational

ଶାରଦୀୟ ଦୁର୍ଗାପୂଜା

ଶାରଦୀୟ ଦୁର୍ଗାପୂଜା

1 min
134



ଶରଦ ର ମଧୁ ମାଧୁର୍ଯ୍ୟ ମୟ ଶାନ୍ତ ଲଗନେ

ଶୁଭ୍ର ଶୋଭା ବିଭା ବିଭୂଷl ସାଜ ଦିବ୍ୟ ଭୁଷଣେ ।

ସୁଭ୍ରାଭ୍ର ମଣ୍ଡିତ ଧରଣୀ କାଶ ଫୁଲ ଚାମର

ଶେଫାଳି ସୁଗନ୍ଧେ ସ୍ବାଗତ କରଇ ପାର୍ବଣ ର ।


ସତ୍ୟ ଯୁଗ ଠାରୁ ପାଳିତ ଶାରଦୀୟ ଉତ୍ସବ

ଶତ୍ରୁ ଦାନବ ଙ୍କ ସଂହାର ପାଇଁ କି ସର୍ବ ଦେବ ।

ସ୍ତୁତି କରି ମହା ଶକ୍ତି ଙ୍କୁ ଅଗ୍ନି ରୁ କଲେ ଜାତ

ସମର୍ପିଲେ ନିଜ ନିଜ ର ତେଜ ସହିତ ଅସ୍ତ୍ର ।


ସଙ୍କଟ ହାରିଣୀ ଶକ୍ତି ସ୍ଵ - ରୂପିଣୀ ମହା ମlୟୀ

ସଂହାର କରିଲେ ଦୁର୍ଗମ ଦୈତ୍ୟ କୁ ରଣେ ଯାଇ ।

ସେପରି ମହିସା ଅସୁର ଦେଲା ଦେବ ଙ୍କୁ ପ୍ରାସ

ସଂହାରିଲେ ଘୋର ସମରେ , ସିଂହ ବାହିନୀ ମାତ ।


ସେପରି ତ୍ରେତୟା ଯୁଗ ରେ ସୀତା ଉଦ୍ଧାର ପାଇଁ

ଶ୍ରୀ ରାମ ପୂଜିଲେ ଦୁର୍ଗା ଙ୍କୁ ମାତା ଙ୍କ ବର ପାଇ ।

ସମରେ ରାବଣ ନାଶିଲେ ବିଜୟା ଦଶମୀ ରେ 

ସେବେ ଠାରୁ ପ୍ରତି ବରଷ ଶାରଦୀୟ କାଳ ରେ ।


ସାରା ଦେଶେ ପାଳୁ ଅଛନ୍ତି ଶକତି ଉପାସନା

ସବୁଠି ଉତ୍ସବ ମୁଖର ଆନନ୍ଦ ଉଦ୍ଧୀପନା ।

ସୁସଜ୍ଜିତ ମେଢ଼ , ମଣ୍ଡପ ପଲ୍ଲୀ , ନଗର , ଗ୍ରାମେ

ଶାରଦୀୟ ଦୁର୍ଗାପୂଜା ଓ ପାର୍ବଣ ପର୍ବ ନାମେ ।


ଶାନ୍ତି ପ୍ରଦlୟିନୀ ଦୁର୍ଗତି ବିନlସିନୀ ସେ ମାତ

ସେହି ମହା ମlୟୀ ଚରଣେ , ପ୍ରଣମେ ଭକ୍ତି ପୂତ ।

ସେ ଦୁଷ୍ଟ ନାଶିନୀ ଥାଆନ୍ତି ସଦା ଧର୍ମ ସ୍ଥାପନେ

ସତ୍ୟ ର ବିଜୟ ଅସତ୍ୟ ନାଶ , କାର୍ଯ୍ୟ ସାଧନେ ।



Rate this content
Log in

Similar oriya poem from Action