STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ଘେନିବ ମୋହର

ଘେନିବ ମୋହର

1 min
116


ଘେନିବ ମୋହର ପ୍ରୀତି ଉପହାର

     ଶ୍ରଦ୍ଧାରେ କରେ ଅର୍ପଣ

ବାଡ଼ି ବଗିଚାର ଫୁଲ ଟିଏ ଦେଇ

      ଦେଉଅଛି ଦେହ ମନ।

ସୂର୍ଯ୍ୟ ନମସ୍କାର କରିବା ସମୟେ

      ଆଞ୍ଜୁଳାଏ ଜଳ ଦେଇ

ଗ୍ରହଣ କରିବ ହେ ନୀଳାଦ୍ରି ନାଥ

      ଅତିବ ନିର୍ଦ୍ଧନ ମୁହିଁ।

ନାରିକେଳ ବୃକ୍ଷ ପ୍ରଥମ ଫଳଟି

     ରଖେ ତୁମ ଭୋଗ ପାଇଁ

ପ୍ରେମ ଭକ୍ତି ସହ ଟେକି ଦେଉଅଛି

      ନିରାଶ କରିବ ନାହିଁ।

ଭବ ସାଗରରେ ସାହା ତୁମେ ପ୍ରଭୁ

     ତୁମ ପାଇଁ ମୋ ଜୀବନ

ତୁମରି ଅଂଶର ବିନ୍ଦୁ ଟିଏ ହୋଇ

     ବିତାଇବି ଦିନ ମାନ।

ଯାହା ମୁଁ କରଇ ଯାହା ମୁଁ ଭାବଇ

     ଏ ସବୁ ତୁମରି ଦାନ

ତୁମ ଇଚ୍ଛା ସଦା ଫଳବତୀ ହେଉ

     ଆନ ନ ଲୋଡଇ ମନ।

ତୁମେ ଜଗନ୍ନାଥ ଜଗତ କରତା

     ଆସ ମୋ ହୃଦ ମନ୍ଦିରେ

ଭକତି ରେ ଢାଳି ଦୁଇ ଧାର ଲୁହ

     ସେବିବି ତୁମ ପୟରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action