Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Action Classics

3  

Satyanarayan Sahoo

Abstract Action Classics

ଚନ୍ଦ୍ର ଘଣ୍ଟା

ଚନ୍ଦ୍ର ଘଣ୍ଟା

1 min
193



ନମୋ ନମୋ ଚନ୍ଦ୍ର ଘଣ୍ଟା ସର୍ଦ୍ଧୁଳ ବାହିନୀ

ଭକତ ତାନ୍ତ୍ରିକ ଜନେ ସୁଦୟା କାରିଣୀ ।

 ନମୋ ନମଃ ଚନ୍ଦ୍ର ଘଣ୍ଟା ନମୋ ମହା ମାୟି

ନବ ରାତ୍ରୀ ଦିବସେ ତୁ ପୂଜା ଥାଉ ପାଇ ।

ତୁହି ଅଟୁ ଆଗୋ ମାତ ଶାନ୍ତି ପ୍ରଦାୟିନି

ତୃତୀୟ ଦିନରେ ମାଗୋ ପୂଜା ଥାଉ ଘେନି ।

ଅଶେଷ ବିଭୂତି ମାୟି ନମୋ ଚନ୍ଦ୍ର ଘଣ୍ଟେ

ଅର୍ବିଭୁତା ହେଇ ଥାଉ ବସି ବ୍ୟାଘ୍ର ପୃଷ୍ଠେ ।

ଦୁଷ୍ଟ ଦୁରାଚାର ପାପୀ ଦଣ୍ଡି ଥାଉ ତୁ ଗୋ

ଦଶ କରେ ଦଶାୟୁଧ ଧରି ତୁହି ମାଗୋ ।

କଲ୍ୟାଣ କାରିଣୀ ଆଗୋ ନମଃ ଚନ୍ଦ୍ର ଘଣ୍ଟା

କୃପା କର କୃପା ମୟି ଧରି ତୁହି ଘଣ୍ଟା ।

ତ୍ରିଭୁବନ କମ୍ଫମ।ନ ତୋର ଦିବ୍ୟ ଘଣ୍ଟା

ତିନି ନେତ୍ର, ଦଶ ହାତେ ତୁହି ଗୋ ଶୋଭିତା ।

ପ୍ରଣବ ନିନାଦେ ଯେବେ କରୁ ତୁ ବାଦନ

ପ୍ରାକର୍ମେ ତୋହର ବିଶ୍ଵ , ହୁଏ କମ୍ପ ମାନ ।

ନମୋ ନମଃ ଚନ୍ଦ୍ର ଘଣ୍ଟା ନମସ୍ତେ ଜନନୀ

 ନମସ୍ତେ ଆହ୍ଲାଦ ଦାୟୀ ମାଙ୍ଗଲ୍ୟ କାରିଣୀ ।

ସୁଦିବ୍ୟ ଚେତନା ଭାବ ଧାରା ର ସ୍ପନ୍ଦନ

ଶାନ୍ତି , ପ୍ରୀତି, ସଦ୍ଭାବ , ସନ୍ତୋଷ କରୁ ଦାନ ।

 ତୋହର ସୁଦୟା ଆଉ ଅନୁଗ୍ରହ ଲଭି

ନବ ରାତ୍ରୀ କାଳରେ ଲୋ ତୋ ପୟରେ ସେବୀ ।

ଅଶେଷ ସିଦ୍ଧି , ବିଭୂତି ଜନେ ଥାନ୍ତି ଲଭି

ବ୍ୟାଘ୍ର ପୃଷ୍ଠେ ବିଜେ କରୁ ତୁହି ମାଲୋ ଦେବି ।

ତୁହି ଲୋ ପାପ ନlଶିନି ଅଭୟ ଦାୟିନୀ

ନମୋ ନମୋ ଚନ୍ଦ୍ର ଘଣ୍ଟା ନମୋ ନାରାୟଣୀ ।




Rate this content
Log in

Similar oriya poem from Abstract