STORYMIRROR

Kabiratna Nutan Kumar Behera

Tragedy Action Classics

3  

Kabiratna Nutan Kumar Behera

Tragedy Action Classics

ଲୁହେ ଭିଜା ଆଖି ପାରେନା ସପନ ଦେଖି

ଲୁହେ ଭିଜା ଆଖି ପାରେନା ସପନ ଦେଖି

1 min
185


ଯିଏ ପେଟ ଚାଖଣ୍ଡେର ଭୋକ ମାରିବାକୁ

ଦୁଇ ହାତ ଖଟି ଖଟି ଦିନରାତି ଯାଉଥାଏ ଥକି

ଖରା ବର୍ଷା ଶୀତ ଦାଉର କଷ୍ଟରେ ଲାଗେ 

ଜୀବନ ତାର ଅବା ଅଧାବାଟେ ଯିବ କି ଅଟକି 

ପିଲାପିଲିର ଜରୁରୀ ଅଭାବ ମେଣ୍ଟାଇବାକୁ 

ଅଣନିଃଶ୍ବାସୀ ହୋଇ ତାକୁ ପଡ଼େ ଧାଇଁବାକୁ 

ଅଭାବ ଅନାଟନରେ ପ୍ରତିଦିନ ହୁଏ ସେ ଘାଣ୍ଟି  

ଜଗତ ଜଞ୍ଜାଳ ତାକୁ କରୁଥାଏ ପରିହାସ

କେମିତି ଭାବିବ ସେ ବଞ୍ଚି ରହିବ ହୋଇ ସୁଖି

ଲୁହେ ଭିଜା ଆଖି ପାରେନା ସପନ ଦେଖି

ଆସେ ଯେତେ ଦୁଃଖ ସହିଯାଏ ମଥା ପାତି

ନୀରବରେ ପ୍ରତିବାଦ କରେ ଅସହାୟେ ବସି

ଆଖିରୁ ଧାର ଧାର ଲୁହ ଯାଉଥାଏ ବହି

କେଉଁ ପ୍ରାରବ୍ଧର ପାପକୁ ନେଇ ପାଉଛି ଦୁଃଖ

ଏଡ଼େ ହୀନିମାନ କରି ଭାଗ୍ୟ ଲେଖିଛି ବିହି

ସେ ହସି ପାରେନା କି ହସାଇ ପାରେନା କାହାକୁ

ଦୁନିଆଁ ପାଇଁ ହୋଇ ରହେ ସେ ଏକ ବୋଝ

ଶାରୀରିକ କଠିନ ପରିଶ୍ରମ ବ୍ୟତିରେକ

ବୁଦ୍ଧି ଖଟାଏ ଯେତେ ଅର୍ଥାଭାବେ ହୁଏ ନିଃଶ୍ଫଳ

ମୁଣ୍ଡର ଝାଳ ତୁଣ୍ଡରେ ମାରି ପାଏ ଯା କିଛି

ସେ ମହଙ୍ଗା ବଜାରକୁ ହୁଏ ସମୁଦ୍ରକୁ ଶଙ୍ଖେ 

ସପରିବାର ସାଥୀରେ ରହିଥାଏ ହୋଇ ବିକଳ

ଗରିବର ଦୁଃଖ ଗରିବ ବୁଝି ପାରେନା କିଛି କରି

କଥା ଦେଇ କଥା ପାରେ ନାହିଁ କଥା ରଖି

ପର ପାଖରେ ସେ ହରାଏ ନିଜର ମାନ ମହତ

ଲୁହ ଭିଜା ଆଖି ପାରେନା ସପନ ଦେଖି

ତା' ପରି ସମସ୍ତଙ୍କୁ ନେଇ ଖେଳେ ସ୍ଵାର୍ଥବାଦୀ

ଭାବେ ନାହିଁ ତା'ର ଲାଗି ପାଉଛି ସେ ସବୁ ସୁଖ 

ତା' ଦୀର୍ଘ ନିଶ୍ଵାସ ପାଲଟି ଯିବ ଦିନେ ଅଭିଶାପ 

ଦୁ଼ଃଖି ମଣିଷକୁ ମାନବିକତା ଦେଖାଇବା

ସହାନୁଭୂତିଶୀଳ ହୋଇ ତା' ପ୍ରତି ଦୟା କରିବା 

ଆଜିର ଯୁଗରେ ହୁଏ କେବଳ କୁହୁଡ଼ିର ଧୂଆଁ 

ଆଶା ଭାଷା ତାର ହୁଏ ଖାଲି ନିରର୍ଥକ ଶବ୍ଦ

ଏ ଦୁର୍ବିସହ ଜୀବନ ବଦଳେ ନାହିଁ କଦାପି

ଯେତେ ଯେଉଁଠି କରୁ ଅଧିକାର ଦାବୀ 

ପ୍ରାଣ ଯାଏ ତାର ଦୃଢ଼ ପ୍ରତିବାଦ କରେ ଯଦି

ସମାଜେ ଏବେ ବି ଅନେକ ପରିବାର ଏମିତି

କେଉଁ ସମ୍ଭାବନା କେଉଁ ଆଶାକୁ ନେଇ

ସୁଖର ନିଦରେ ସପନ ଦେଖିବ ତା' ଆଖି

ନିଜ ଉପରେ ଯେ ପାରେନା ଟିକିଏ ଆସ୍ଥା ରଖି 

ତା' ଲୁହେ ଭିଜା ଆଖି ପାରେ କି ସପନ ଦେଖି ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy