STORYMIRROR

Kabiratna Nutan Kumar Behera

Abstract Action Classics

3  

Kabiratna Nutan Kumar Behera

Abstract Action Classics

ମନ ବଦଳାଏ ଜୀବନର ରଙ୍ଗ

ମନ ବଦଳାଏ ଜୀବନର ରଙ୍ଗ

1 min
116


ମଣିଷର ମନ ବଦଳାଏ ଜୀବନର ରଙ୍ଗ

କେବେ କରେ ଗାଢ଼ କେବେ ଫିକା

ସାତ ରଙ୍ଗ ଫେଣ୍ଟି କରେ ନୂଆ ନୂଆ

ଖୋଜି ପାଏ ଯେବେ ମଉକା

ମନର ଭାବେ ହୃଦୟେ ଖେଳେ ତରଙ୍ଗ

କେବେ ଆଣେ ଜୁଆର କେବେ ପଡ଼େ ଭଟ୍ଟା

ଝୁରୁଥାଏ ଆଶାର ବେଳାଭୂମି ଇଲାକା

ମନର ମୂଳରେ ସାରା ଏ ଜଗତ

ବୁଝେ ନାହିଁ ଯିଏ ନିଜକୁ ଦିଏ ଧୋକା

ଲୋଭ ମୋହ ମାୟାରେ ପଡ଼ିଲେ ମନ

କଞ୍ଚା କଲିଜାରେ ଲଗାଇ ଦିଏ ରକା

ମନର ଭାବନା ଭରେ ଇନ୍ଦ୍ରିୟରେ କାମନା

ଆଖି ଆଗେ ଭସାଏ ସପନର ନଉକା 

ଆଶା ଆଣେ ଆକାଶ କୁସୁମର

ସ୍ଵାର୍ଥପରତାରେ ତୋଳିବାକୁ ଚାହେଁ ଏକା

ମନ ଏକ ଉଦ୍ଦାମ ଉଚ୍ଛୃଙ୍ଖଳ ଘୋଡ଼ା

ମାନେନା ବାଧାବନ୍ଧନ ହେଲେ ଲଗାମଛଡ଼ା

ଖୋଜୁଥାଏ ସବୁବେଳେ ଭୋଗ ବିଳାସ

ହୁଏ ସେ ଐଶ୍ୱର୍ଯ୍ୟ ପ୍ରାଚୁର୍ଯ୍ୟର ରଙ୍କା

ମନକୁ ସଂଯମତାର ଫାଶେ ପାରିଲେ ବାନ୍ଧି

କରିପାରେ ଅସାଧ୍ୟ କାର୍ଯ୍ୟ ବି ସାଧନ 

ନିଜକୁ ନିଜେ ହିଁ ସେ ଦେଇଥାଏ ସୁରକ୍ଷା

ମନର ପ୍ରଭାବରେ ବଦଳୁଥାଏ ରଙ୍ଗ

ଜ୍ଞାନ ବଳରେ ଦୂର ହୁଏ ତାର ଆଶଙ୍କା

ବଦଳିଗଲେ ଏ ମନର ମାନସିକତା

ସବୁଜ ସୁନ୍ଦର ରଙ୍ଗରେ ବିତେ ଜୀବନ

ସୁନ୍ଦର ରଙ୍ଗ ହୁଏନା ବେରଙ୍ଗ କି ଫିକା ।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract