STORYMIRROR

Chittaranjan Nanda

Tragedy Action Others

3  

Chittaranjan Nanda

Tragedy Action Others

ଅତିରୁ ଇତି ହୋଇଲେ

ଅତିରୁ ଇତି ହୋଇଲେ

1 min
185


ଏ ଜୀବନରେ ବଞ୍ଚିବା ପଥ ସଦ 

ଭାବନାକୁ ନେଇ,

ଏ ନୀତିକୁ କାହିଁକି ମାନିବା, କଳି

ଯୁଗ ଭଉଣୀ ଭାଇ ।୧।


ବିବେକୀ ମଣିଷ ସମାଜେ, ଖୋଜି

ଥାନ୍ତି ସୁପଥ କାହିଁ

ନିରାଶ ହୁଅନ୍ତି ସତ୍ୟ ନାହିଁ, କଳିଯୁଗ 

ଭଉଣୀ ଭାଇ ।୨।


ଲୋକ ଦେଖାଣିଆ ଭକ୍ତି ଭାବ,

ଅନ୍ତରେ ରାଗ ଛଳନା 

କଳିଯୁଗ ଭଉଣୀ ଭାଇ, କୁତ୍ସିତ 

ଭାବନାକୁ ନାହିଁ ମନା ।୩।


ସ୍ଵଛ ପରିବେଶରେ କେବେ 

ସହଜେ ରୋଗ ହୁଏନି,

ଏ ତ କଳିଯୁଗ, ଆମ ପରିବେଶକୁ 

ସଫା ରଖିବୁନି।୪।


ଜନମିଛେ କଳିଯୁଗେ ଅସତ୍ୟ 

ଘାଆକୁ ମଲମ ନାହିଁ

ଜଳି ପୋଡ଼ି ହୋଇ ତ ମରିବା, 

ଆହେ ଭଉଣୀ ଭାଇ ।୫।


ବିକ୍ରମାଦିତ୍ୟଙ୍କ ସିଂହାସନରେ 

ପରା ଏଇ କଳି ଯୁଗରେ

ଭାବିବା କାହିଁକି, ଅତ୍ୟାଚାରୀ 

ବସିବ ସିଂହ ଠାଣିରେ ।୬।


କଥା ଅଛି ଶାସ୍ତ୍ରରେ କ୍ଷୀର ଉତୁରିଲେ 

ଯାଏ ଚୁଲୀକୁ

ଶୋଷଣ ଚାଲିଛି ଚାଲୁ ନାଟକ ସରିବ, 

ସେ ଯିବ ଜୁଇକୁ ।୭।


ନିଜର ସମ୍ପତି ଗୋଟାଇବା ପାଇଁ 

କର ଯେତେ ଅଧର୍ମ

କଳିଯୁଗରେ ଅପେକ୍ଷା କରନି ସତେ 

ଆସିବନି ଧରମ ।୮।


କଳିଯୁଗେ ବନ୍ଦୀ ତୁମେ, କାଦୁଅକୁ 

କିଆଁ ଗୋଡ ଦେବ 

ପାଇବନି କେବେ ଉତ୍ତମ ରାସ୍ତା ଛଟ 

ପଟ ନିଶ୍ଚିତ ହେବ ।୯।


କଳିଯୁଗେ ଘଟୁଛି, ଶୋଷଣ କଷଣ

ହେଉଛି, ହେବଭାବନାରେ,

ଅତିରୁ ଇତି ହୋଇଲେ, 

ଲୁହ ଗଡାଇ କାନ୍ଦୁଥିବ ।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy