Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Action Classics Inspirational

3  

Satyanarayan Sahoo

Action Classics Inspirational

ରାଖୀ ରଖିବ ମାନ

ରାଖୀ ରଖିବ ମାନ

1 min
202



ଅତୁଟ ରହିବ ସ୍ନେହ ବନ୍ଧନ

ଏଇ ରାଖୀ ମୋର ରଖିବ ମାନ


ବରଷ କୁ ଆସେ ଗହ୍ମା ପୁନେଇଁ

କେତେ ସ୍ନେହ ଶ୍ରଦ୍ଧା ଆଦର ନେଇ ।

ଭାଇ ଭଉଣୀ ଏ ଆନନ୍ଦ ମନ

ପାଳନ କରନ୍ତି ରକ୍ଷା ବନ୍ଧନ ।

ଉତ୍ସବ ମୁଖର

ହୁଏ ଏହି ଦିନ ଗ୍ରାମ ନଗର ।


ଭଉଣୀ ଆଦରେ ଭାଇ ହାତ ରେ

ରାଖୀ ବାନ୍ଧି ତାର ସୁରକ୍ଷା କରେ ।

ଏଣୁ କହି ଥାଉ ରକ୍ଷା ବନ୍ଧନ

ସୂତା ଖିଅ ଟିଏ ରଖଇ ଟାଣ ।

ସ୍ନେହ ଶ୍ରଦ୍ଧା ପ୍ରୀତି

ପ୍ରବାହେ ପ୍ଲାବିତ କରାଏ ନିତି ।


ଭାଇ ହାତେ ବାନ୍ଧି ଦେଇ ରାକ୍ଷୀ ଟି

ଭଉଣୀ ମନ ରେ ଅପାର ତୃପ୍ତି ।

ଭାଇ କୁ ମିଠାଇ ଖୁଆଇ ଦିଏ

ସ୍ନେହ ସୁସମ୍ପର୍କ ନିବିଡ଼ ହୁଏ ।

ଆହା କି ଆଦରେ

ସୁଖେ ଦୁଃଖେ ଚଳି ଆନନ୍ଦ ଭରେ ।


ଭଉଣୀ ସମ୍ମାନ ସୁରକ୍ଷା ପାଇଁ

ଭାଇ କୁ ଗୁହାରୀ କରି କହଇ ।

ଅତୁଟ ରହିବ ସ୍ନେହ ବନ୍ଧନ

ଏଇ ରାଖୀ ମୋର ରଖିବ ମାନ ।

ଆହା କି ସରାଗେ

ରାଖୀ ବାନ୍ଧି ଦେଇ ଆଶିଷ ମାଗେ ।


Rate this content
Log in

Similar oriya poem from Action