STORYMIRROR

Kabiratna Nutan Kumar Behera

Abstract Action Classics

3  

Kabiratna Nutan Kumar Behera

Abstract Action Classics

ରାକ୍ଷୀ କହେ ହସି ହସି

ରାକ୍ଷୀ କହେ ହସି ହସି

1 min
203


ରାକ୍ଷୀ କହେ ହସି ହସି

ଭଉଣୀମାନେ ମୋତେ କିଣି ନିଅ ଆସି

ଦେଖ ସଜାଇ ହୋଇଛି ମୁଁ କେତେ

ଦିଶେ ମୁଁ ମନୋହର ସଜ ଗୋଲାପ ପରି

ଦୃଷ୍ଟି ତୁମର ଆଣିବି ଚୋରୀ କରି

ବୁଝେନା କିଛି ଅଭାବ ତେଲ ଲୁଣ ସଂସାରର

କି ମହଙ୍ଗା ବଜାରର ଅଭାବୀ ବିକ୍ରୀ ଦର

ଚମକରେ ମୋର ଚମକେଇବାକୁ ଚାହେଁ

ମୋ ପରି ସବୁ ଭାଇ ଭଉଣୀମାନଙ୍କୁ 

ବାନ୍ଧି ଦେଇ ମୋର ଏ ଦୃଢ଼ ଭାବର ଡୋର

ରାକ୍ଷୀ କହେ ହସି ହସି ।


ମୁଁ ବୁଝେ ଭଉଣୀମାନଙ୍କର ମନର କଥା

ସଜେଇ ହେବାକୁ ଚାହାଁନ୍ତି ମୋ ପରି

ସେମାନେ ପ୍ରତି ପରିବାରରେ

ଘର ଆଗ ଅଚାଣାର ସୁନ୍ଦର ଫୁଲଝରି

ଖୋଜନ୍ତି ଭାଇର ସ୍ନେହ ଶ୍ରଦ୍ଧା ଟିକକ

ଆଖିରେ ଅସୁମାରି ସପନ ଭରି

ମୋ ଚେହେରାର ଭାବ ଭାବନା ମିଶାଇ

ସଂପର୍କକୁ ରଖିବେ ଅମୃତମୟ କରି

ରାକ୍ଷୀ କହେ ହସି ହସି ।


ଗୋଟିଏ ଦିନ ପାଇଁ ମୋର ଏ ଜୀବନ 

ଚାହେଁନା ଦେଖିବାକୁ କା' ଆଖିରେ ଲୁହ

ଇଚ୍ଛା ମୋର କେବଳ ମାତ୍ର

ଦେଖିବାକୁ ଭାଇ ଭଉଣୀର ଅତୁଟ ବନ୍ଧନ

କିଏ ଜାଣେ ତୁମେ ନା ମୁଁ

ହୁଏତ କାଲିକୁ ଏ ଆନନ୍ଦ ଉତ୍ସାହ ନଥିବ

ମନରୁ ପ୍ରାଣରୁ ହୃଦୟରୁ

ବାଲିଘର ପରି ଧୋଇ ହୋଇ ଯାଇଥିବ

ରାକ୍ଷୀ କହେ ହସି ହସି ।


ମନରୁ ମାନ ଅଭିମାନ ରାଗ ରୋଷ

ଏବେରୁ ଭୁଲିଯାଅ ଭୁଲିଯାଅ

ଶ୍ରାବଣର ବର୍ଷା ଝର ପରି ଝରି ଝରି

ବହିଯିବ କୁଆଡ଼େ ସମୟର ପାଣି ସୁଅ

ଭଉଣୀମାନେ ଆସ ଆସ

ମୋତେ ତୁମ ମନ ପସନ୍ଦରେ କିଣି ନିଅ

ଶୁଭ ମନାସି ଭାଇ ହାତରେ ବାନ୍ଧି ଦିଅ

ପ୍ରଭୁ ଜଗନ୍ନାଥ ସୁଭଦ୍ରାଙ୍କ ପରି ହୋଇ ଯାଅ

ରାକ୍ଷୀ କହେ ହସି ହସି ।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract