STORYMIRROR

Satyanarayan Sahoo

Abstract Action Inspirational

3  

Satyanarayan Sahoo

Abstract Action Inspirational

ଗୁରୁ ଦିବସ

ଗୁରୁ ଦିବସ

1 min
161


ଗୁରୁ ଉପଦେଶ କରିଲେ ପାଳନ

ଅଜ୍ଞାନତ। ନାଶ ଯାଏ

ଗୁରୁ ଙ୍କୁ ସମ୍ମାନ ଭକ୍ତି ପ୍ରଦର୍ଶନ

ଜ୍ଞାନ, ଯଶ ବୃଦ୍ଧି ପାଏ ।

ଗୁରୁ ଶୁଭାଶିଷେ ସାଧି ଥାନ୍ତି ଶିଷ୍ୟେ

 ଅସାଧ୍ୟ କାର୍ଯ୍ୟ ନିମିଷେ

ବନ୍ଦନୀୟ ସେହିଁ ପୂଜନୀୟ ହୋଇ

ଥାନ୍ତି ସଦା ଦେଶେ ଦେଶେ ।

ଶ୍ରଦ୍ଧା ସଦଭାବନା ଭକତି ଭାବନା

ଧରି ଆନ୍ତରିକ ଭାବେ

ସେପ୍ଟେମ୍ବର ପାଞ୍ଚ ତାରିଖ ଦିବସ 

ପାଳନ କରନ୍ତି ସର୍ବେ ।

ସର୍ବ ପଲ୍ଲୀ ରାଧା କ୍ରିଷ୍ଣନ ଙ୍କ ପବିତ୍ର

ଜନ୍ମ ଦିବସ ଉତ୍ସବ

ମୁଖରିତ ହୁଏ ପଲ୍ଲୀ ଠାରୁ ଦିଲ୍ଲୀ

ସବୁଠି ଆନନ୍ଦ ରବ ।



Rate this content
Log in

Similar oriya poem from Abstract