STORYMIRROR

Bijoy Jena

Abstract Action Classics

3  

Bijoy Jena

Abstract Action Classics

ଜଣେ କେହି ଅଛି

ଜଣେ କେହି ଅଛି

1 min
120


ଜଣେ କେହି ଅଛି ଆମରି ମରତେ

     ଅଜଣାରେ ଅଦୃଶ୍ୟରେ 

ଯାହାର ଇଙ୍ଗିତେ ଦିନ ରାତି ହୁଏ

     ଋତୁ ଆସେ ଋତୁ ପରେ।


ଚାହିଁ ଦେଖ ଥରେ ଶୂନ୍ୟ ଆକାଶକୁ

      କେତେ ଗ୍ରହ ଉପଗ୍ରହ

ନିଜ କକ୍ଷ ପଥେ ଘୂରି ବୁଲୁଛନ୍ତି

      ପରସ୍ପର ଅହରହ।


ସରବ ସହଣି ମାଟି ମାଆ ବକ୍ଷେ

      କୋଟି କୋଟି ଜୀବ ରହି

ସମସ୍ତେ ବଞ୍ଚନ୍ତୁ ଶାନ୍ତିରେ ରୁହନ୍ତୁ

       ଦେବା ବାଲା କିଏ ସେହି।


ବିଭ୍ରାଟ ଘଟିଲେ ସଜାଡି ଦିଅନ୍ତି

        ଭାର ସାମ୍ୟ ହୁଏ ଧରା

ଜଳ ସ୍ଥଳ ବନ ସବୁଠି ପ୍ରକାଶ

       ତାଙ୍କ ଦିବ୍ୟ ଆଭା ପରା।


ସେହି ଶକ୍ତି ପାଖେ ମଥା ନଇଁ ଯାଏ

        ଇଷ୍ଟ ଦେବ ସଭିଙ୍କର

ମାନି ନିଅ ତାଙ୍କୁ ହେ ମଣିଷ ଭାଇ

        ସୁଖ ଶାନ୍ତି ପ୍ରଗତିର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract