STORYMIRROR

Akshayakumar Dash

Action Inspirational Others

3  

Akshayakumar Dash

Action Inspirational Others

ଶଗଡ଼ ଗୁଳା

ଶଗଡ଼ ଗୁଳା

1 min
133


ପାହାନ୍ତା କାକଳି

ଡ଼ାମରା ରଡ଼ି 

ଆଖି ଆଗରେ ଦୀନବନ୍ଧୁଙ୍କ 

ଦୃଶ୍ୟ ଜଗତର

ନିତ୍ୟ ଲୀଳା

ଆମ ରାସ୍ତାରେ

ଗଣ୍ଠିଲି ବୋଝେଇ 

ହାଟରୁ ଫେରୁଛି 

ଘଙ୍ଗୁଡ଼ି ବଳଦ 

ଚାରିଆଡେ ନିଶାଚର।

କାଲିଉଡ଼ିବ ତ୍ରିରଙ୍ଗା

ସନିଆ ଭାଇ

ଦୁଃଖରେ ତାଳ ପାଉନାହିଁ,

ପାଞ୍ଚପ୍ରାଣୀ କୁଟୁମ୍ବ

ରାତି ପାହିଲେ

 ତେଲ ଲୁଣ ସଂସାର

ଉକୁଟି ପଡୁଛି

ଭିଜା ଦେହ ଝାଳରେ ।

ପଚୋସ୍ତରୀଟି 

ସ୍ବାଧୀନ ପତାକା

 ଉଡେଇ ଦେଲେଣି 

ବର୍ଷକୁ ବର୍ଷ,

କୋଠା ଘର

ପକା ରାସ୍ତା

ପେଟ ପୋଷିବାର

ବାଟ ମାରଣ

ଦଳୀୟ ପତାକା ବାଲା

ଉପର ମୁଣ୍ଡିଆ

ନେତା ମାନଙ୍କ

ହାତରେ ପାଞ୍ଚଣ

ଗଛ ପରି ଫଳ ଦେଉଛୁ

 ଜନ ସାଧାରଣ।

ପତାକା ତଳେ 

ଗୀତା ଛୁଇଁ

ସେବକ ଅଭିନୟ,

ସାତ ପୁରୁଷର

 ଭିଟା ମାଟି ଦେଇପିଣ୍ଡକୁ 

ଶ୍ରାଧ ଦେଇଆସୁଛି

ମାଟିର ମଣିଷ

ହଳ ବଳଦ ବଳ 

ଲୋଟୁଛି ସୁନାର ଫସଲ,

ସ୍ବାଧୀନତାର ତ୍ରିରଙ୍ଗା ପାଇଁ 

 ସବୁଠି ଭାଷଣ 

କେତେକ ସହିଦଙ୍କୁ 

ସହିବାକୁ ପଡୁଛି କଷଣ।

କଷଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action