STORYMIRROR

DEEPALI JENA

Abstract Action Inspirational

3  

DEEPALI JENA

Abstract Action Inspirational

ସର୍ବଂସହା ନାରୀ

ସର୍ବଂସହା ନାରୀ

1 min
134

ମୁଁ ବି ପ୍ରଶ୍ନର ଆଳରେ ଝୁଣ୍ଟିଚି ଜୀବନଠୁ 

ଉତ୍ତର ଦେଇପାରିନି ବୋଲି 

ପିଠିରେ ମୋ ନୋଳା ଫାଟିଚି 

ଆଙ୍ଗୁଠି ଉଠେଇ କଥା କହିନି ବୋଲି 

ଏ ଦୁନିଆ ମତେ ମାଟି କାମୁଡେଇଚି 

କଣ ଶୁଣିବାର ଆଶାରେ ମୋ ଦୁଆରେ ଭିଡ ଜମେଇଚ

କୁଆଡେ ମୁଁ ରାତାରାତି ଚାଲିଗଲି 

ପୁଣି ଦୁଇ ବର୍ଷ ପରେ ଆସିଚି କଳଙ୍କକୁ ପେଟରେ ଧରି

ସବୁ ଯଦି କହି ହୁଅନ୍ତା 

ତାହେଲେ ଆଜି ଏ ମଲା ଶରୀର କେବେ

ତମ ଆଗେ ଠିଆ ହେବାର ସାହାସ ରଖି ନଥାନ୍ତା

ଆଜି କୁଆଡେ ଗଲା ତମ ବଳୁଆ ଦେହ 

ସେ ଅନ୍ଧାର ରାତିରେ 

ଡାହଳ କୁକୁର ପରି ଏ ଦେହକୁ ଚୋବେଇଲା ବେଳେ 

ଟିକେ ମନେପଡିଲାନି ତମ ମା, ଭଉଣୀଙ୍କ କଥା

ପାଟିରେ ଲୁଗା ଦେଇ 

ଫୁଙ୍ଗୁଳା ଦେହଟାକୁ ମୋର ନଇରେ ଭସେଇଥିଲା

ଆଜି ଫେରି ଆସିଚି ବୋଲି 

ମତେ କଇଫତ ମାଗିବାକୁ ଆସିଚ

ମୋ ସତୀତ୍ଵକୁ ବଖାଣିବାକୁ ଛିଡାହେଇଚ

ଯାଅ ଯାଅ ଏ ଛୁଆର ବାପା ବୋଲି 

କେବେ ପରିଚୟ ଦେବିନି ତମ ମାନକ ଭଳି 

ନାରୀ ମାଂସ ଲୋଭି କାଙ୍ଗାଳ ମାନଙ୍କୁ

ମୁକ୍ତ କଲି ମୋ ଅଭିଶାପରୁ 

ତୁମ ମାନଙ୍କ ଲଙ୍ଗଳା ଦେହକୁ

ଘୋଡେଇ ନିଅ ଏ ଜୀବନ ପାଇଁ.. 

ମୁଁ ଯେ ନାରୀ ଯୁଗେ ଯୁଗେ ଦୟାମୟୀ

କଳଙ୍କିତା ହେଲେ ମଧ୍ୟ ମୋ ଧର୍ମ ଛାଡେ ନାହିଁ 

ମୁଁ ତମ ମା, ଭଉଣୀ,ସଙ୍ଗିନୀ..

ମୁଁ ହିଁ ଦଶଭୂଜା ଦୁର୍ଗା କାଳୀ ସ୍ଵରୂପିଣୀ 

ତୁମେ ମତେ ଲଙ୍ଗଳା କରିନ-

ଲଙ୍ଗଳା ହେଇ ଜନ୍ମ ନେଇଛ ମୋ ଠାରୁ..

ମୋ କାନିରେ ତୁମ ସବୁ ଦୋଷ ଘୋଡେଇଲି

ଏଥର କଇଫତ ମାଗ ନିଜ ଜୀବନଠୁ

ନିଜ ପୌରୁଷକୁ ପ୍ରଶ୍ନ କର? 

ନପୁଂସକ ହବା ଆଗରୁ ନିଜକୁ ସଜାଡି ନିଅ... ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract