STORYMIRROR

Minakumari Tahala

Action

3  

Minakumari Tahala

Action

ଅନୁଭୂତି

ଅନୁଭୂତି

1 min
130


ଟ୍ରେନ ରେ ବସି ଯାଉଥିଲା ବେଳେ

ମୋ ପାଖ ସିଟ୍ ଖାଲି ଥିଲା

ଏକ ସୁନ୍ଦରୀ ତରୁଣୀ ଆସି

ସେହି ସିଟ୍ ରେ ବସିଗଲା।

କେତେ ସମୟ ବସିବା ପରେ

ନମ୍ର ଭାବରେ ପଚାରିଲା

କେଉଁ ଷ୍ଟେସନ ରେ ଓହ୍ଲାଇବେ‌‌ ସାର୍

ଅଛନ୍ତି କି ତୁମ ଘର ବାଲା।

ତାଙ୍କରି କଥା କୁ ହଠାତ୍ ଶୁଣି

ମୁଣ୍ଡକୁ ହଲାଇ କହିଲି

କାମ ଥିଲା ବୋଲି ଘରଣୀ ରାଣୀ ଙ୍କୁ

ତାଙ୍କୁ ଘରେ ଛାଡ଼ି ଆସିଲି।

ପିଲା ଛୁଆ ମାନେ କ'ଣ କରନ୍ତି

କେଉଁଠି ରୁହନ୍ତି ଆପଣ

କେଉଁ କର୍ମ ସ୍ଥାନେ କାମ କରୁଛନ୍ତି

କେଉଁଠି ତ ଜନ୍ମ ସ୍ଥାନ ।

ଏହି ପରି କେତେ କଥା କୁ ନେଇ

କା‌ହାଣୀ ଟି ଗଢି ଉଠିଲା

ପାଠ ପଢା ବେଳର ପ୍ରସଙ୍ଗ ଭିତରେ

ସବୁ ସ୍ମୁତି ଜାଗି ଉଠିଲା।

ମମତା ବୋଲି ଝିଅ ଟିକୁ ତୁମେ

ମନେ ରଖିଛକି ସାର୍

ଅନ୍ଧାର ରାତିରେ ନିସଂଗତା ଦେଖି

ପ୍ରେମ କରି ଥିଲ ସେହି ଠାରେ।

ତୁମରି ପ୍ରେମର ସନ୍ତକ କୁ ନେଇ

ବୁଲିଅଛି କେତେ ଗାଁ ସହର

ଠିକଣା ପାଇବା ପାଇଁ ପରା ସିଏ

ଖୋଜିଅଛି ଅନେକ ଥର।

ସେହି ସନ୍ତକ କୁ ପାଳି ପୋଷି ବାକୁ

ଆଜି ସେ ହୋଇଛି ଅଭିଆଡି

ସମାଜ ତାହାକୁ ନିନ୍ଦା ର ତିଳକ

ପିନ୍ଧାଇ ଦେଇଛି ଘରୁ ତଡ଼ି।

ଅଭିଆଡି ହୋଇ ମଣିଷ କରିଛି

ଦୁଃଖ, କଷ୍ଟ ସହି ଜୀବନ ରେ

କନ୍ୟା ଟି ହୋଇଛି କଲେକ୍ଟର ପରା

 ରହୁଥିବା ଆପଣଙ୍କ ଜିଲ୍ଲା ରେ।

ତୁମ କୁକର୍ମ ଫଳ ପରା କେବେଯେ

ଭୋଗିବ ତାହାର ଦଣ୍ଡ

ନାରୀ ର ଲୁହରେ ନିଶ୍ଚୟ ଜଳିବ

ନୂଆଁଇବ ଦିନେ ମୁଣ୍ଡ।‌

ମୁଁ ସେହି ତୁମ ଧର୍ଷିତା କୁଆଁରୀ

ରାତ୍ରି ର ରଜନୀ ଗନ୍ଧା

ନଇଯାଇ ନାହିଁ ଜୀବନ ରେ କେବେ

ପଡି ନାହିଁ କେବେ ବନ୍ଧା।

ପରିଚୟ ମୋର ବ୍ୟାଙ୍କ ମ୍ୟାନେଜର

କନ୍ୟା ମୋର କଲେକ୍ଟର

ମନେ ରଖିଥିବ ନାରୀ ର ଲୁହରେ

ଦିନେ ହେବ ଛାରଖାର।

ଏତିକି ବେଳକୁ ଷ୍ଟେସନ ପାଖରେ

ଟ୍ରେନ ଟି ଅଟକି ଗଲା

ନିର୍ଲଜ ପୁରୁଷ କାତର ପରାଏ

ଟ୍ରେନ ରୁ ଓହ୍ଲାଇ ଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action