ମାମୁଁ
ମାମୁଁ


ପୂର୍ଣ୍ଣମୀ ରାତି
ଆକାଶ ଛାତି
ଚନ୍ଦ୍ରମା ରୂପା ଥାଳି ,
ରାତିଟା ସାରା
ସାଥିରେ ତାରା
ଖେଳଇ ଲୁଚକାଳି।
ପ୍ରଜ୍ଞାନ ବସି
କୁହଇ ହସି
ଚନ୍ଦ୍ରମା ମାମୁଁ ନାମ
ସରଗ ପୁର
ନୁହଁଇ ଦୁର
ଦେଖିବି ତାର ଗ୍ରାମ।
ଯୋଛନା ରାତି
ଫୁଲେଇ ଛାତି
ଦିଶଇ ମନୋହର,
ଗଛ ପତର
ନାହିଁ ତାଘର
ପାଉଁଶ ସରୋବର।
ଜିବିଟି ଚାଲି
ଡେଇଁବି ଖାଲି
ଅଛି କି ନାହିଁ ପାଣି,
ଲାଗଇ ଥକା
ମାନସେ ଦକା
ପାରିବି ତାକୁ ଜାଣି।
ଜାନରେ ବସି
ପଡ଼ିବି ଖସି
ଦେଖିବି ମାମୁଁ ଘର ,
ଦେଖିବ ଜହ୍ନ
ପ୍ରଜ୍ଞାନ ମନ
ହେଉଛି ତରଭର।
ଗଲାସେ ବସି
ପଡିଲା ଖସି
ବୁଲିଲା ଏଣେ ତେଣେ।
ସବୁଠି ଖାଲି
ପାଉଁଶ ବାଲି
ମଣିଷ ନାହିଁ ଜଣେ।
ଜହ୍ନରେ ବସି
ଧରିତ୍ରୀ ହସି
କୁହେ କଲୁ କମାଲ,
ଜହ୍ନରେ ରହି
ଖବର ବହି
ମାମୁଁର ହାଲଚାଲ ।