STORYMIRROR

Pranati Mahapatra

Abstract Action Inspirational

3  

Pranati Mahapatra

Abstract Action Inspirational

ଏ ଏମିତିକା ହାଟ

ଏ ଏମିତିକା ହାଟ

1 min
263

ସଂସାର ହାଟରେ ନିରିମାଖି ଜୀବ

  କୁଆଡ଼େ ଆଖି ପାଏନା,

ଆସିଅଛି ଶୂନ୍ୟେ ଯିବି ମହାଶୂନ୍ୟେ

   ନାହିଁ ତ କିଛି କାମନା ।


ସଂସାର ହାଟରେ ବିକ୍ରେତା ନିର୍ଦ୍ଦେଶେ

   ଦି ଦିନର ସଉଦା ପାଇଁ,

ଈଶ୍ୱର ଯେ ବଡ଼ ବିକ୍ରେତା ଆମର

  ହାଟ ଶେଷେ ଦେବ ବାହୁଡାଇ।


 ସଂସାର ହାଟରେ ଜୀବନ ପାଇଁ କି

   ଧାଇଁଛି ସଉଦା ପାଇଁ,

କର୍ମ ଅନୁଯାୟୀ ସୁଖ ଦୁଃଖ ପାପ

  ପୁଣ୍ୟର ସଉଦା ନେଇ

 ସାଥିରେ ନ ଥିବେ କେହି

ଆସିଥିଲି ଖୁସି ହୋଇଥିଲେ ସର୍ବେ

  କର୍ମ ସାରି ବାହୁଡ଼ଇ ।


 ସଂସାର ହାଟରେ ଅଥଳ ପାଣିରେ

 ଜୀବନ ନଉକା ଯେ ଟଳମଳ

ପାରି କରି ଦେବେ ବିକ୍ରେତା ଈଶ୍ୱର

 ଟାଣେ ଧରିଲେ ନାମ ପୂଣ୍ୟ ଫଳ

  ମନ ଆତ୍ମା ଦୃଢେ ଧରି

ଚିନ୍ତିଣ ସେ ସୌଦାଗର ପଦେ ଧ୍ୟାନ

  କରିବେ ଆଶ ସଫଳ।


 ସତ୍ୟ ଧର୍ମର ପସରାକୁ ଧରି

ଗୃହକୁ ଆସିବା ଫେରି,

ହାଟର ହାଟୋଇ ସୌଦାଗର ସାଥେ

ଭାବ ବିନିମୟ କରି ।


ସଂସାର ହାଟରେ ସତ ମିଛ ଫଳ

 କେତେ କିଣାବିକା ହୁଏ

ସତଫଳ ଧରି ଚାଲିଲେ ରେ ଭାଇ

 କଣ୍ଟା ଯେ ଦୂରେଇ ରହେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract