ରାଧା
ରାଧା
ସେ ନାମରେ ଅନ୍ୱେଷଣ
ସେ ରୂପରେ ସମ୍ଭାଷଣ
ଆଖିରେ ଅମ୍ମୋହନ ବାଣ
କର୍ଣ୍ଣରେ କୁଣ୍ଡଳ ଅକାରଣ
ଗଭାରେ ଗଜରାର ନିକ୍ୱଣ
ମଥାରେ ଟିକିଲି ଆଭୂଷଣ
ପାଦରେ ପାଉଜି ରାଣ
ତମେ ସତରେ ନିଖୁଣ ।
ତୁମ ଛନ୍ଦରେ କହ୍ନେଇ
ରୂପରେ ବଶୀଭୂତ ହୋଇ
ତୁମ କଥାର ମହୁଲି ପିଇ
ଚାଲିର ନିଶାରେ ଝୁମେଇ
ମାଠିଆ ପାଣିରେ ସର ପକେଇ
ଗାଉଥିବା ଗଜଲରେ ରଙ୍ଗ ଦେଇ
କୃଷ୍ଣଙ୍କର ସଖି ଗଲ ହୋଇ ।
ତୁମ ଦୁହିଁଙ୍କ ଭିତରେ ସମନ୍ୱୟ
ଜଣେ ଗୀତ ଜଣେ ଗୀତିକାର
ତାଳ ଲୟ ଜଣେ ଆବେଗମୟ
ଜଣେ ନିରାଶ୍ରୟ ଜଣେ ଆଶ୍ରୟ
ଜଣେ ନର୍ତ୍ତକୀ ଜଣେ ଭାବମୟ
ଜଣେ କାଦମ୍ବିନୀ ଜଣେ ବିଶ୍ୱମୟ
ଜଣେ କଜ୍ଜ୍ୱଳ ଜଣେ କାଳୀୟ
ଜଣେ କାରୁବାକୀ ହେଲେ ଆଉଜଣେ
କହେ କାଳିମାର ହେଉ ଜୟ
ଜଣେ ପ୍ରେମ ପାଗଳିନୀ ହେଲେ
ଆଉଜଣେ କହେ ରାଧାର ହେଉ ଜୟ l

