STORYMIRROR

Sunanda Mohanty

Romance Action Classics

3  

Sunanda Mohanty

Romance Action Classics

ରାଧା

ରାଧା

1 min
227

 


ସେ ନାମରେ ଅନ୍ୱେଷଣ 

ସେ ରୂପରେ ସମ୍ଭାଷଣ 

ଆଖିରେ ଅମ୍ମୋହନ ବାଣ 

କର୍ଣ୍ଣରେ କୁଣ୍ଡଳ ଅକାରଣ 

ଗଭାରେ ଗଜରାର ନିକ୍ୱଣ 

ମଥାରେ ଟିକିଲି ଆଭୂଷଣ 

ପାଦରେ ପାଉଜି ରାଣ 

ତମେ ସତରେ ନିଖୁଣ ।


ତୁମ ଛନ୍ଦରେ କହ୍ନେଇ 

ରୂପରେ ବଶୀଭୂତ ହୋଇ 

ତୁମ କଥାର ମହୁଲି ପିଇ 

ଚାଲିର ନିଶାରେ ଝୁମେଇ 

ମାଠିଆ ପାଣିରେ ସର ପକେଇ 

ଗାଉଥିବା ଗଜଲରେ ରଙ୍ଗ ଦେଇ 

କୃଷ୍ଣଙ୍କର ସଖି ଗଲ ହୋଇ ।


ତୁମ ଦୁହିଁଙ୍କ ଭିତରେ ସମନ୍ୱୟ 

ଜଣେ ଗୀତ ଜଣେ ଗୀତିକାର 

ତାଳ ଲୟ ଜଣେ ଆବେଗମୟ 

ଜଣେ ନିରାଶ୍ରୟ ଜଣେ ଆଶ୍ରୟ 

ଜଣେ ନର୍ତ୍ତକୀ ଜଣେ ଭାବମୟ 

ଜଣେ କାଦମ୍ବିନୀ ଜଣେ ବିଶ୍ୱମୟ 

ଜଣେ କଜ୍ଜ୍ୱଳ ଜଣେ କାଳୀୟ 

ଜଣେ କାରୁବାକୀ ହେଲେ ଆଉଜଣେ 

କହେ କାଳିମାର ହେଉ ଜୟ 

ଜଣେ ପ୍ରେମ ପାଗଳିନୀ ହେଲେ 

ଆଉଜଣେ କହେ ରାଧାର ହେଉ ଜୟ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance