STORYMIRROR

priyambada samal

Action Others

4  

priyambada samal

Action Others

ଉତ୍କଳ ମାତାର ଦୁଇ ବୀରପୁତ୍ର

ଉତ୍କଳ ମାତାର ଦୁଇ ବୀରପୁତ୍ର

1 min
229

        

ଉତ୍କଳ ମାତାର ଦୁଇ ବୀରପୁତ୍ର

ଦୁଇ ବରପୁତ୍ର

ଜନ୍ମ ହୋଇଥିଲେ ଆଜି। 

ତୁମ ସ୍ବାଧୀନତା ସଂଗ୍ରାମର

ବୀରତ୍ବ ଗାଥା

ପରାକ୍ରମ ତାହା

ସ୍ମୁତିରେ ରହିଛି ତେଜି। 

ଜଣେ  ନେତାଜୀସୁଭାଷ ଚନ୍ଦ୍ର ବୋଷ

 ଆଉ ଜଣେ ବୀର ସୁରେନ୍ଦ୍ର ସାଏ

 ଦୁଇଜଣ ସୁପୁତ୍ର

 ସୁଯୋଗ୍ୟ ସନ୍ତାନ

 ଓଡ଼ିଶା ମାଟିର କରିଥିଲ ମୁକୁଟ ମଣ୍ଡନ। 

" ତୁମେ ମୋତେ ରକ୍ତ ଦିଅ

ମୁଁ ତୁମକୁ ଆଜାଦ ଦେବି"ର ରଣ ହୁଙ୍କାର,

ଦିଲ୍ଲୀ ଚଲୋ, ଆଜାଦ୍ ହିଦ୍ ଫୌଜ ଗଠନର

ଅନ୍ଯାୟ, ଅତ୍ଯାଚାର ବିରୁଦ୍ଧରେ ସ୍ବର ଉତ୍ତୋଳନ

ଲଣ୍ଡନରେ ଇଣ୍ଡିଆନ ସିଭିଲ୍ ସର୍ଭିସରେ ଉତ୍ତୀର୍ଣ୍ଣ,

ଦେଶବନ୍ଧୁ ଚିତ୍ତରଂଜନଙ୍କ ସହ ଯୋଗଦାନ, 

କାବୁଲ୍ , ଇଟାଲୀ, ଇଉରୋପ, ବର୍ଲିନ

ଜର୍ମାନୀର ହିଟଲର,

ସବୁଠି ତୁମର ବୀରତ୍ବ ଛାପ,

ଛାଡିଗଲା ହେ ଓଡିଆ ବୀର

ଜନ୍ମ ହୋଇଥିଲ ସମ୍ବଲପୁରେ

ସୁରେନ୍ଦ୍ର ସାଏ ଓଡିଆ ବୀର

ସିପାହୀ ବିଦ୍ରୋହ ପୂର୍ବରୁ

ତୁମେ ଆରମ୍ଭ କରିଛ ବିପ୍ଳବ

ମୁକ୍ତି ସଂଗ୍ରାମର ହେ ବୀର ସଂଗ୍ରାମୀ

ଓଡ଼ିଶା ମାଆର ହେ ବୀର ସନ୍ତାନ

ତୁମକୁ ସଲାମ କରେ ଆଜି ସବୁ ହସିହସି

ତୁମେ ହିଁ ବୀର, ପରାକ୍ରମୀ ଆଉ ସାହାସୀ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action