STORYMIRROR

Samar Ballav Bhoi

Abstract Action Inspirational

4  

Samar Ballav Bhoi

Abstract Action Inspirational

ଝରକା

ଝରକା

1 min
720


ଝରକା ଏକ

ନିବୁଜ କୋଠରୀର ଆଲୋକ ବର୍ତ୍ତୀକା

ଅଣନିଃଶ୍ବାସୀ ହୋଇଥିବା ବନ୍ଦୀ ଜୀବନର

ବିଶ୍ବାସ ଆଲୋକ ର ରାସ୍ତା

କେବେ ଯଦି ମିଳିଯାଏ କିଛି ଆଶାର

ମେଞ୍ଚା ମେଞ୍ଚା ବିଶ୍ବାସ ଓ ଭରସା

ତେବେ ସେଥି ମଧ୍ୟରୁ ମିଳିଯାଆନ୍ତା

ମୁକ୍ତି ଓ ଫେରିବା ର ରାସ୍ତା।


ଝରକା ଏକ

ଅପେକ୍ଷାର ପ୍ରତୀକ

ଅତୀଥି କିମ୍ବା ଅତି ପରିଚିତ ଆପଣା ବ୍ୟକ୍ତିର ଅପେକ୍ଷାକୁ ବ୍ୟସ୍ତର ସହ ବାରମ୍ବାର ଅନାଉଥିବା ନାରୀ ଟିଏ, ମା ଟିଏ

ଘରର କେହିବି ଜଣେ ସଦସ୍ୟ

ଅହରହ ପ୍ରତୀକ୍ଷା ର ବିସ୍ମିତ ପ୍ରଶ୍ନବାଚୀ

କିଛି କ୍ଷଣ ଲାଗେ ସତେ ଯେମିତି

ବିଶ୍ବାସ ଓ ଭରସା ହୃଦୟ ସ୍ପନ୍ଦନ ରେ

ଅଟକି ଗଲା ଭଳି।


ଝରକା ଏକ

ଅଦୃଶ୍ୟ ଭାବନାର ପ୍ରତିବିମ୍ବ

ଦୁର ଦିଗ୍ ବଳୟର ଅନତି ଦୂରରେ

ପର୍ବତ ଶିଖର ହେଉ କି

ପ୍ରବାହିତ ଆନମନା ନଦୀ ଟିଏ

ବଗିଚାରେ ପ୍ରଜାପତି ଉଡ଼ିବା ଦୃଶ୍ୟ ଟିଏ

ବସନ୍ତ ଋତୁର ମୃଦୁ ମଳୟର ଅଦୃଶ୍ୟ ରୁପ ଟିଏ

କବି ପାଇଁ କବିତାର ମାଧ୍ୟମଟିଏ

କବି ର ମନଥାଏ ସଫେଦ ପୃଷ୍ଠାରେ

କିନ୍ତୁ ଭାବନା ଥାଏ ଝରକା ବାହାରେ

ସବୁ ଯେମିତି ଲାଗେ

ଅତି ନିଜର ନିଜର ଇଚ୍ଛା ଟିଏ।


ଝରକା ଏକ

ବିଶ୍ବାସର ଆଇନା ଟିଏ

ବିଶ୍ବାସର ଝରକା ଦେଇ ବାହାରକୁ

ଚାତକ ପରି ଚାହିଁ ରହିଥିବା ପ୍ରେମିକା ଟିଏ

ଉଦଭ୍ରାନ୍ତ ହୃଦୟର ପ୍ରତୀକ୍ଷା ସମୟ ଟିଏ

ମା ମମତାର ଶବ୍ଦହୀନ ଘଣ୍ଟି ଟିଏ

ଡାକ ବାଲା ଆଣିଥିବା ଚିଠିଟିଏ

କାହିଁକି କେଜାଣି ଏସବୁ

ଲାଗେ ଯେମିତି ବ୍ୟସ୍ତର ଆସକ୍ତି ଟିଏ।


ଝରକା

ଜୀବନ ବଂଚିବା ର ଏକ ମାଧ୍ୟମ

ଉଡାଜାହାଜ ହେଉ କିମ୍ବା ରେଳଗାଡ଼ି

ଯାତ୍ରୀବାହୀ ବସ୍ କିମ୍ବା ଆପଣାର ଗାଡ଼ି

ଝରକା ହିଁ ସାହାସ ଦିଏ ଏକଲା ପଣର

ମନ ବିଶ୍ବାସରେ ଆଙ୍କି ଚାଲେ ଭାବନାର

କେତେ ନୁଆ ନୁଆ ଚିତ୍ର ସବୁ

କେତେ ବେଳେ କିଏ ଆଉଜି ଯାଏ

ସ୍ବପ୍ନର କୋଳରେ

ଚମକି ଉଠେ ଭାବନାର ଶେଷାନ୍ତେ

ଭୁଲିଯାଏ ସବୁକିଛି ପୁଣିଥରେ

ଫେରିଆସେ ବାସ୍ତବ ଚିତ୍ରକୁ।


ଝରକା କେବେ କେବେ

ହୋଇଥାଏ ସତର୍କ ର ଚଲାପଥ

ଭୟାତୁର ମଣିଷ ଟି ଅନବରତ

ଚାହିଁ ଥାଏ ଝରକାକୁ

କାଳେ କିଏ ଦେଖୁଛି କି ମୋତେ

ଲୁଚି ଲୁଚି ଅନତି ଦୂରରେ

ସବୁବେଳେ ସତର୍କର ପ୍ରହରୀ ପରି

ଜାଗ୍ରତ କରୁଥାଏ ମଣିଷର ମନକୁ।  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract