ଲଢ଼ିବା ନିଜର ଅଧିକାର ପାଇବାକୁ
ଲଢ଼ିବା ନିଜର ଅଧିକାର ପାଇବାକୁ
ଅହଂକାରୀ ବିଚାରେ, ଦୁନିଆରେ
ସବୁଠୁଁ ବୁଦ୍ଧିମାନ ସେହି
ସଂସାର ଯାକ ଖୋଜି ଆସିଲେ ତାଠାରୁ
ବୁଦ୍ଧିଆ ଆଉ କେହି ନାହିଁ |
ଅହଂକାରେ ଗାଁ ଠାରୁ ସହର, ହର ହର
ମହାଦେବ ଡାକ ଦିଅଇ
ଆମେ କିଛି ଲୋକ ଅଛୁ, ଗୋଡାଣିଆ ତ
ହେବୁ ଚକ୍ଷୁହୀନ ହୋଇ |
ପୁଂଜିପତିଂକ ଅଧାଖିଆ ଫୋପାଡି ଥିବା
ରୁଟି ପାଇଁ ମାଗିଖିଆ ହୋଇଛୁ
ନୋଅଟ ନେଇ ଭୋଅଟ କିଣିବେ, ମଣିଷତ୍ୱ
ମାରି ସାରିଛୁ, ପଶୁ ପାଲଟିଛୁ |
କହିଲେ କି ହେବ, ଭୋଅଟ କିଣି ସ୍ୱାର୍ଥଲୋଭୀ
ମଣିଷ ସରପଞ୍ଚ, ଏମ.ଲ.ଏ. ହେବ
ପାର୍ଲିଆମେଣ୍ଟ ଯାଇ, ମନ୍ତ୍ରୀ ହୋଇ, ଏକା ସେଇ
ପୁରୁଣା କାମ ସବୁ କରିଛି ବୋଲାଇବ|
ଅନ୍ୟ ଉପରେ କଳଙ୍କ ଢ଼ାଳିବ, ଜାତି ଧରମ
ଭେଦଭାବର ବିଷ ବୁଣିବ
ନ ଦେଖିଲା ଓଉ ଛଅ ଫଡା ବୋଲି ସଦାବେଳେ
ବଡ ପାଟିରେ ଗାଇ ବୁଲୁଥିବ |
ବୁଲେଇ ବଙ୍କେଇ ବିଭିନ୍ନ ନୁଆ ବେଶ ଧରି
କଥାରେ ବାହାସ୍ପୋଟ ମାରୁଥିବ
ଆମେ ଛଳନାର ପୃଷ୍ଟା ପଢ଼ି ପାରିବାନି, କାରଣ
ଅଛି ବିଶ୍ୱାସ ଭାଗ୍ୟ ଭଗବାନ ଭାବ |
କେତେ ଦିନ ଆମେ ଭଉଣୀ ଭାଇ ଭୋଗୁଥିବା
କଷଣ କପାଳରେ ହାତ ଦେଇ
ମୂଲ୍ୟବାନ ଭୋଟ ଗଣ୍ଡାକ ଦେଉଥିବା ଦିନିକିଆ
ଚିକ୍କଣିଆ ମାଂସଝୋଳ ଖାଇ ଖାଇ |
କେବେ ଛାଡିବା ପୁଂଜିବାଦ ଦଲାଲ ମାନଂକ
ମିଠା ମିଠା ପ୍ରତିଶୃତିକୁ
ହାତଗୁଞ୍ଜା ନେବା ଛାଡି, ଲଢ଼ିବା ନିଜର ସର୍ବ
ଅଧିକାର ହାସଲ କରିବାକୁ |
ମନେ ପଡୁନିକି, ଫଳ ଭରା ବୃକ୍ଷ ସଦା ନଇଁ
ଯାଏ ଓ ବିନୟ ଭାବ ପୂଜା ପାଏ
କେବେ ମନେ ହେଜିବା ଚିହ୍ନିବା ସମାଜରେ ସାଧୁ
ଲୋକଂକୁ, ଯିଏ ଅହଂକାର ବରଜି ଥାଏ |
