STORYMIRROR

Samar Ballav Bhoi

Abstract Action Inspirational

4  

Samar Ballav Bhoi

Abstract Action Inspirational

ସବୁ ଶୋଇଗଲା ପରେ

ସବୁ ଶୋଇଗଲା ପରେ

1 min
679


ସଞ୍ଜ ନଇଁବା ପରେ

ରାତି ଆସେ ଧିରେ ଧିରେ

ବିଳମ୍ବିତ ରାତ୍ରି ପରେ

କାର୍ଯ୍ୟ ବ୍ୟସ୍ତତା ରୁ ଟିକିଏ 

ଫୁରସତ ମିଳେ

ସବୁ ଶବ୍ଦର କୋଳାହଳ ସରିଯାଏ

ସବୁ ଶୋଇଗଲା ପରେ ।


ରାତ୍ରିର କଳା ଅନ୍ଧକାର

ସବୁଠାରୁ ଅଧିକ ଭୟଙ୍କର

ସ୍ବପ୍ନ ସବୁ ପ୍ରବେଶ କରନ୍ତି

ହୃଦୟର ଗଭୀରତାକୁ

ଗାଢ଼ ନିଦ୍ରାରେ 

ସବୁ ଶୋଇଗଲା ପରେ ।


ରେଳବାଇର ପଟ୍ରି ଉପରେ

ରେଳ ଗାଡି ସବୁ ଚାଲିଥାଏ 

ରାତିର ନିଃଶବ୍ଦ ପ୍ରହରରେ

ଛୁକ୍ ଛୁକ୍ ଶବ୍ଦ କରି ମାଡି ଚାଲେ

ଷ୍ଟେସନ ରୁ ଷ୍ଟେସନକୁ

ସବୁ ଶୋଇଗଲା ପରେ ।

 

ଅନ୍ଧକାର ଆକାଶ ର ବିସ୍ତୃତ 

ଚେହେରା ରେ ଝଲସି ଉଠନ୍ତି

ସବୁ ଟିକି ଟିକି ତାରା ଗଣ 

ତୀକ୍ଷ୍ଣ ଦୃଷ୍ଟିରେ ନିରେଖି ଚାହିଁଥାନ୍ତି

ସବୁ ଶୋଇଗଲା ପରେ ।


ସବୁ କିଛି ନକରାତ୍ମକ ପ୍ରଭାବ

ବଢିଚାଲେ ରାତିର ବୟସ ବଢିଲେ

ସୁନ୍ଦର ଅସୁନ୍ଦର କାହାଣୀ ସବୁ 

ଲିପିବଦ୍ଧ ହୋଇଯାଏ 

ରାତି ର ଚେହେରା ସହିତ

ସବୁ ଶୋଇଗଲା ପରେ ।


ଫୁଲ ସବୁ କଢ ହୋଇ 

ଝୁଲୁଥାଏ ଗଛର କୋଳରେ

ରାତି ର ଅନ୍ଧକାର ଭିତରେ

କଢ ରୁ ଫୁଲ ଫୁଟେ 

କାହିଁ କେତେ ରଙ୍ଗ ନେଇ

ସବୁ ଶୋଇଗଲା ପରେ ।


ଶ୍ରମିକ କୃଷକ ମାନଙ୍କ

ମନରେ ଥାଏ ଅନେକ ଚିନ୍ତା

ଆଜି ରହି ଯାଇଥିବା ବାକି କାମ ସବୁ

ରାତିରେ ଭାବୁଥାଏ କ'ଣ ସବୁ

କରିବାକୁ ପଡ଼ିବ ଆସନ୍ତା କାଲି

ସବୁ ଶୋଇଗଲା ପରେ ।


Rate this content
Log in

Similar oriya poem from Abstract