Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Action Classics

4  

Chittaranjan Nanda

Abstract Action Classics

ହଜାଉଛେ, ଯେହେତୁ ରହୁଛେ ଶୋଇ

ହଜାଉଛେ, ଯେହେତୁ ରହୁଛେ ଶୋଇ

1 min
356



ଜାଣି ପାରୁନ କି କିପରି ଆଖି ଅଛି ନେତାର 

ନିର୍ବାଚନର କୁଣ୍ଡରେ, 

ଗାଦି ପାଇଁ, ପଦ ପାଇଁ, ଭୋକ ଯେନ ତେନ 

ଉପାୟରେ ଜିତିବାରେ |୧|


ଜଣା ନାହିଁ କି, ନିର୍ବାଚନରେ ହୁଏ କେତେ

ଅକୀର୍ତ୍ତିର କଳାଚିଠା 

କେତେ କଷ୍ଟ, ମାପ କରିବା ଅନ୍ୟାୟୀର ସମର 

ସଜାର ଗଭୀରତା  |୨|


ଉତ୍ତର ପୀଢ଼ି ପାଇଁ ଏପରି ଛଳନାତ୍ମକ ବା 

ହିପୋକ୍ରେଟିକ୍ କାର୍ଯ୍ୟକ୍ରମ ଆଜ

ନୁହେଁ କି କଷ୍ଟକାରକ ସମାଜ ଗଠନରେ, ପୁଣି 

ଚିତ୍କାର କର ଗଠନ କରିବ ରାମରାଜ୍ୟ |୩|


କଳେ ବଳେ ଅବା କୌଶଳେ ଓ ଛଳନାରେ

ଉଭୀ ବାଜି ଜିତିବାର କପଟପଶାରେ 

ସୁରା ସାକି ସାମ୍ରାଜ୍ଯ ଉପରେ, ମିଛ ମୁଖା ପିନ୍ଧି 

ଜଣେ ଜଣେ ରଥୀ ରଣାଙ୍ଗନରେ |୪|


ପ୍ରକୃତିଦତ୍ତ ପଦାର୍ଥ ଉପରେ ସମସ୍ତଂକର ରହିଛି

ଉପଭୋଗ କରିବାର ଅଧିକାର 

ବଡ ବଡ ଭାଷଣ, ପୁସ୍ତକ ଗତ ଉପଦେଶ ଦେଇ, 

କରି ପାରିବକି ତାର ସଂସ୍କାର |୫|


ଆମେ ନିଜ ନିଜ ଦାୟିତ୍ୱରୁ ଦୂରେଇ, କିସ 

ମିଳିବ ପାଶ୍ଚାତ୍ୟ ଦେଶକୁ ଦୋଷ ଦେଇ

ଜଳ ଜମି ଜଙ୍ଗଲ ବା ସାରା ଖଣି ହଜାଉଛେ 

ନିତି ଦିନ ଯେହେତୁ ରହୁଛେ ଶୋଇ|୬|



Rate this content
Log in

Similar oriya poem from Abstract