ତୁମ ଅନୁଭୂତି
ତୁମ ଅନୁଭୂତି
ସମ୍ପର୍କ ଆରମ୍ଭ ପ୍ରଥମ ଦେଖାରୁ
ତୁମ ମୋ ଭିତରେ ହେଲା
ଆଞୁଳାଏ ତୁମ ସ୍ନେହ ମମତା ରୁ
କିଏ ମୋ ମୁଣ୍ଡେ ଢାଳିଲା ।
ଅନୁଭୂତି ତୁମ ହୃଦୟରୁ ସ୍ପର୍ଶେ
ତୁମ ପ୍ରେମେ ମୁହିଁ ମରେ
ନିଆରା ତୁମର ପ୍ରେମ ନିବେଦନ
ଢାଳି ଦିଅ ସ୍ବଇଚ୍ଛାରେ ।
ତୁମ ମିଠା ମିଠା ହସ ବୋଳା କଥା
ମାନଇ ତୁମ ମୁହଁ କୁ
ଦେଖିଦେଲା ପରେ ସେ ପୂର୍ଣ୍ଣ୍ୟତା ହସ
ମନ ମୋ ନାଚେ ମନକୁ ।
ଦୁଃଖ ଭୁଲିବା ତ ତୁମଠୁ ଶିକ୍ଷିବ
ବିଞ୍ଚି ଦିଅ ଖୁସି ଝର
ନିରବ ଆକ୍ସନ କରି ମନ ତୋଷ
ଯେହ୍ନେ ମୁଁ ଏକା ତୁମର ।
ବର୍ଷ ବର୍ଷ ଧରି ପ୍ରତିକ୍ଷା ର ଅନ୍ତ
ମୁହୂର୍ତ୍ତରେ କର ଶେଷ
କେଉଁ ଜନ୍ମେ କେଉଁ ପୂର୍ଣ୍ଣ୍ୟ କରି ଥିଲି
ହେଲ ମୋ ମନ ମଣିଷ ।
କୁଆଁରୀ ଜୀବନ ସାର୍ଥକ ହେଲା ମୋ
ହୋଇ ତୁମ ଅନ୍ତରଙ୍ଗ
ଝିଅଠୁ ପ୍ରେମିକା ପ୍ରେମିକା ରୁ ପତ୍ନୀ
ଅଙ୍ଗେ ଅଙ୍ଗେ ତୁମ ରଙ୍ଗ ।
ଏତେ ଭଲ ତୁମେ କିପରି ହେଲ ଗୋ
ସ୍ବାଭିମାନର ପ୍ରତୀକ
ଧକ୍କା ଦେଲ ନାହିଁ ମୋ କୁଆଁରୀ ମନେ
ବାନ୍ଧି ହେଲ ମୋ ପ୍ରେମିକ ।
ଆନନ୍ଦର ଅଶ୍ରୁ ବୋହି ଆସେ ମୋର
ତୁମ ଆନ୍ତରିକ ଦେଖି
ଦୁନିଆରେ ବଞ୍ଚି ଥିବା ପର୍ଯ୍ୟନ୍ତ ଗୋ
ହୃଦୟରେ ଥିବ ରଖି ।
