STORYMIRROR

Samar Ballav Bhoi

Abstract Action Inspirational

4  

Samar Ballav Bhoi

Abstract Action Inspirational

ଏମିତିକା ଜୀବନ ରଙ୍ଗ

ଏମିତିକା ଜୀବନ ରଙ୍ଗ

1 min
391


ଏ ଜୀବନ ତ ରଙ୍ଗମୟ

କେତେବେଳେ ଖୁସିର ରଙ୍ଗ

କେତେବେଳେ ଦୁଃଖର ରଙ୍ଗ

ଏମିତିକା ଏ ଜୀବନ ରଙ୍ଗ।।


ଏଇ ତ ଅଛି ଏଇ ତ ନାହିଁ

କେତେ ବେଳେ ହସର ପସରା

କେତେ ବେଳେ ଆଖି ଲୁହ ଭରା

ଏମିତିକା ଏ ଜୀବନ ରଙ୍ଗ ଭରା।।


କେତେବେଳେ ସବୁ ଖୁସି ଉଛୁଳା ନଈ

ନଈ କୂଳେ ବସିଥାଏ ମୃତ୍ୟୁର ଛାଇ

କେତେବେଳେ କାଳ ସଞ୍ଚାଣ ହୋଇ

ଜୀବନ ର ବାଜି ଖେଳ ସେ ଜିତଇ

ଏମିତିକା ଏ ଜୀବନ ର ରଙ୍ଗ ଆସଇ।।।


ମଣିଷ ଜୀବନ ଏଠି ଦୁଇ ଅଙ୍କ 

ଜୀବନଟା ସାରା ଦୁଃଖ ର ବାଙ୍କ

କାହା ପାଇଁ ଅଛି ଗଜଦନ୍ତ ପଲଙ୍କ

କା‌ହା ପାଇଁ ଅଛି ଆକାଶ ର ଫାଙ୍କ

ଏମିତିକା ଏ ଜୀବନ ରଙ୍ଗର ଫରକ।।


କାହିଁ କେତେ ସପନେ ବନ୍ଧା ଏ ମନ

ଓଳିଏ ଖାଦ୍ୟର ହୁଏ ନାହିଁ ଭରଣ

ଏଇମିତି ବିତିଯାଏ ଏ ସାରା ରାତି ଦିନ

କାହା ପାଇଁ ଜୀବନ ଟା ବିଳାସବ୍ୟସନ

ଏମିତିକା ଜୀବନର ରଙ୍ଗ ହୁଏ ମନ୍ଥନ।।


କାହା ପାଖେ କୋଠା ବାଡ଼ି ପାଞ୍ଚ ତାଲା

କାହା ପାଇଁ ଭଙ୍ଗାରୁଜା ଚାଳଘର ଖୋଲା

ଅଧିକାର ଏଠି ବଡ଼ବଡ଼ିଆଙ୍କ ପାଇଁ ମେଲା

ଗରୀବର ଭାଗ୍ୟରେ ଝୁଲୁଥାଏ ତାଲା

ଏମିତିକା ଜୀବନ ରଙ୍ଗ କିଏ ବୁଝେ ଭଲା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract