Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Lokanath Rath

Tragedy Action Classics

4  

Lokanath Rath

Tragedy Action Classics

କଳଙ୍କିତ ସମ୍ପର୍କ

କଳଙ୍କିତ ସମ୍ପର୍କ

1 min
283



ବଡ଼ ଦୁଃଖ ଲାଗେ, ବଡ଼ ଲାଜ ଲାଗେ 

  ଦେଖି ଆଜିର କିଛି ଏହି ଆଚାର ବିଚାର, 

ସଭ୍ୟତାର ଦ୍ୱାହି ଦେଇ କରନ୍ତି ପାତର ଅନ୍ତର 

  କଳଙ୍କିତ ସମ୍ପର୍କକୁ ନେଇ ହୁଅନ୍ତି ଯନ୍ତ୍ରଣାର ଶିକାର |


ଭୁଲନ୍ତି ଆମ ସଂସ୍କୃତି, ପୁରାତନ ବୋଲି କହି 

  ଆକ୍ଷେପ କରି ତାକୁ କେତେ ନଷ୍ଟ କରନ୍ତି, 

ନୂତନତ୍ୱର ମିଥ୍ୟା ମୁଖା ପିନ୍ଧି ବଡ଼ିମା ଦେଖାନ୍ତି 

  କଳଙ୍କିତ ସମ୍ପର୍କର ବସି ବଡ଼ ତର୍ଜମା କରନ୍ତି |


ଭଲପାଇବାର ଶୁଦ୍ଧ ପବିତ୍ରତାକୁ ନଷ୍ଟ କରିବାକୁ ଯାଇ 

  କେତେ କେତେ ମିଥ୍ୟକୁ ସାଥି କରି ନେଇ, 

ପ୍ରତାରଣା କରି ବିଶ୍ୱାସରେ ବିଷ ଭରି ଦିଅନ୍ତି 

  ବିଛେଦକୁ ଆବୋରନ୍ତି କଳଙ୍କିତ ସମ୍ପର୍କକୁ ଜନ୍ମ ଦେଇ |


ଭୁଲି ଯାଆନ୍ତି ସେହି ଯୌବନର ସବୁ କିଛି 

  ତାଙ୍କ ପ୍ରେମରେ ଦେଖିଥିବା ଯେତେ ସୁନ୍ଦର ସପନ, 

ଲାଗେ ସତେ ସବୁ ସିଏ କୁହୁଡି ସମ 

  ଭାଙ୍ଗିଦିଏ ତାକୁ ଏହି କଳଙ୍କିତ ସମ୍ପର୍କର ଜନ୍ମ |


ବିବାହ ବନ୍ଧନେ ବାନ୍ଧି ହୋଇ ପ୍ରତିଜ୍ଞା କରନ୍ତି 

  ପତି ପତ୍ନୀ ହୋଇ ସୁନ୍ଦର ସଂସାର ଗଢିବେ, 

ସେହି ନିବିଡ଼ ପ୍ରେମରେ ଅବିଶ୍ବସର ବିଷ ଭରି 

  କରନ୍ତି ବିବାହ ବିଚ୍ଛେଦ, କଳଙ୍କିତ ସମ୍ପର୍କ ଏବେ |


ସଂସାର ଗଢି, ସବୁ ଦୁଃଖ କଷ୍ଟ ସହି 

  ସନ୍ତାନଙ୍କୁ ବଢ଼ାନ୍ତି ପିତାମାତା ବଡ଼ ଆଦର ମମତାରେ, 

ବଡ଼ ହୋଇ ଯେବେ ଡେଣା ଲାଗି ଯାଏ 

  ଉଡି ଯାଆନ୍ତି ସନ୍ତାନ, କଳଙ୍କିତ ସମ୍ପର୍କର ଦୁନିଆରେ |


ଏତେ ସବୁ ଖେଳ ଆଜି ଚାଲିଛି ଦୁନିଆରେ 

  ଲାଗେ ସବୁ ଫଳ କିଛି କ୍ଷୁଦ୍ର ମାନସିକତାର, 

ସେଥିପାଇଁ ଆଜି ଆମ ସଂସ୍କୃତି ପ୍ରଶ୍ନ କରେ 

  କିଏ ଏବେ ସ୍ରଷ୍ଟା ଏହି କଳଙ୍କିତ ସମ୍ପର୍କର ।


Rate this content
Log in