Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lokanath Rath

Action Classics Inspirational

4  

Lokanath Rath

Action Classics Inspirational

ଭଲପାଇବା.....

ଭଲପାଇବା.....

1 min
378



ଭଲପାଇବା ଟା ଖାଲି ନୁହେଁ ଦେବା ନେବା 

   ସିଏ ଏକ ବନ୍ଧନ ସୁନ୍ଦର ନିର୍ମଳ ସମ୍ପର୍କର, 

ଭଲପାଇବା ଟା ଖାଲି ନୁହେଁ ଦେଖା ଦେଖି 

   ସିଏ ଏକ ଭାବ ଅଟେ ସୁନ୍ଦର ଭାବନାର |


ଭଲପାଇବା ଟା ଖାଲି ନୁହେଁ ସାଜ ସଜ୍ଜା 

   ସିଏ ଏକ ସୁନ୍ଦର ଫୁଲ ମନ ବଗିଚାର, 

ଭଲପାଇବା ଟା ଖାଲି ନୁହେଁ ପାଇବା ହାରିବା 

   ସିଏ କେବେ କରେନା ହିସାବ ଲାଭ କ୍ଷତିର |


ଭଲପାଇବା ଟା ଖାଲି ନୁହେଁ ହସ ଖୁସି 

   ସିଏ ଏକ ସୁନ୍ଦର ସାଥି ସୁଖ ଦୁଃଖର, 

ଭଲପାଇବା ଟା ଖାଲି ନୁହେଁ କୋହ ଲୁହ 

   ସିଏ ଏକ ସୁନ୍ଦର ସ୍ପର୍ଶ ଆମ ହୃଦୟର|


ଭଲପାଇବା ଟା କେବେ ନୁହେଁ କିଣା ବିକା 

   ସିଏ ଅଟେ ଏକ ମାର୍ଗ ସୁନ୍ଦର ବୁଝାବଣାର, 

ଭଲପାଇବା ଟା ନୁହେଁ ଛଳନାର ଛନ୍ଦ ଫାନ୍ଦ 

   ସିଏ ଅଟେ ଏକ ନିଷ୍କପଟ ପ୍ରେମ ଅନ୍ତରର |


ଭଲପାଇବା ଟା କେବେ ନୁହେଁ ମରା ମରି 

   ସିଏ ଅଟେ ସୁନ୍ଦର ପ୍ରତୀକ ସତ୍ୟ ଶାନ୍ତିର, 

ଭଲପାଇବା ଟା କେବେ ନୁହେଁ ଥଟ୍ଟା ତାମସା 

   ସିଏ ଅଟେ ଏକ ସୁନ୍ଦର ମାଧ୍ୟମ ସଦ୍ଭାବନାର |


ଭଲପାଇବା ଟା କେବେ ନୁହେଁ ସାଥି ପ୍ରତାରଣାର 

   ସିଏ ଅଟେ ସୁନ୍ଦର ଘର ନିସ୍ଵାର୍ଥପର ବିଶ୍ୱାସର, 

ଭଲପାଇବା ଟା କେବେ ଦିଏ ନାହିଁ ଯନ୍ତ୍ରଣା 

   ସିଏ ତ କେବେ ଜାଣେନା ଅର୍ଥ ଛଳନାର |


ଭଲପାଇବା ଟା ଖାଲି ନୁହେଁ ଗଢିବା ସଂସାର 

  ସିଏ ଅଟେ ଏକ ସୁନ୍ଦର ଶିକ୍ଷା ଭାଇଚାରାର, 

ଭଲପାଇବା ଟା ନୁହେଁ କିଛି କହି ଭୁଲିଯିବା 

  ସିଏ ଅଟେ ଏକ ସୁନ୍ଦର ଛବି ସ୍ମୃତିର |


Rate this content
Log in

Similar oriya poem from Action