ପରୋପକାର ସ୍ୱର୍ଗାୟ ଭାବନା
ପରୋପକାର ସ୍ୱର୍ଗାୟ ଭାବନା
ଦୃଢ ଓ ସୂକ୍ଷ୍ମ ଭାବେ ଅବଲୋକନ
କଲେ କୁସୁମକୁ
ପାଇବା ତ ଆମେ ତାର ରୂପ, ଗୁଣ
ଓ ସୁଗନ୍ଧକୁ ।
ପାଉଛେ ତିତିଲି ଗୋିଟିଏ ଆନନ୍ଦରେ
ଉଡି ଉଡି ଆସେ
ଫୁଲରେ ଭରି ରହିଥିବା ମଧୁ ପିଇ ନିଏ
ବିଦାୟ ହରଷେ ।
କିଛି ସମୟରେ ପ୍ରେମମୟ ସୁଧାମୟ
ଭ୍ରମର ଆସଇ
କୁସୁମ ସହିତ ମିଶି ଉଡିଯାଏ ତାର ଶାଶ୍ୱତ
ଗୀତକୁ ଶୁଣେଇ ।
ପ୍ରେମ ଗୀତ ଗାଇ ଗାଇ ମଧୁମକ୍ଷୀ ମଧୁ
ଶୋଷିବାକୁ ଆସେ
ପ୍ରୀତିର ପସରା ସହ ଫୁଲ ଆନନ୍ଦ ସହ
ତାହା ସାଥେ ମିଶେ ।
<
/p>
ଉତ୍ତମ ଭାବରେ ଜାଣିଛି କୁସୁମ ନିଶ୍ଚୟ
ମଉଳି ତ ଯିବ
କିନ୍ତୁ ପୁଷ୍ପର ଡର ନାହିଁ, ନାହିଁ ତାହାର ମନେ
ଅବସାଦ ଭାବ ।
ମନେରଖିବା ଆମେ ଦଣ୍ଡେ ଜିଇ ଯଦି କାହା
କାମରେ ଆସଇ
ପରୋପକାରରେ ଆସିବା ଜୀବନର ପରମ
ଧରମ ଅଟଇ ।
ଏହା ତ ପ୍ରାଣୀ ଜଗତର ଜୀବନ ଦର୍ଶନ ଜାଣ
ଭଉଣୀ ଭାଇ
ସଦା ନିଜେ ଖୁସି ରହିବ ପର ପାଇଁ କିଛି ସେବା
ଯେ କରଇ ।
ପ୍ରକୃତିକୁ ଭଲ ଭାବେ ଆମେ ଅନୁଧ୍ୟାନ କରିବା
ଯେତେବେଳେ
ପରୋପକାର ସ୍ୱର୍ଗାୟ ଭାବନାର ଶିକ୍ଷା ପାଇବା
ସେତେବେଳେ ।