ମାଗିଖିଆ ଆମର ହେଲାଣି ରୋଗ
ମାଗିଖିଆ ଆମର ହେଲାଣି ରୋଗ
ନଥାଉ ଆମର ଧନ, ଥିଲା ମନ ଆମର
ସରଳ ଓ ଉଚ୍ଚମନା
ଆମେ ଓଡିଆ, ସ୍ୱାଭିମାନ ଆମର ବଡ
ପରିଚୟ ଥିଲା ସିନା ।
ଝଲସି ଉଠୁଛି ଆଖିରେ ମୋର ପୂର୍ବ
ପୁରୁଷଙ୍କ ଅମର କୀର୍ତ୍ତି
ନାଚିଯାଏ ମନ ମଧ୍ୟରେ ଆମ ପରମ୍ପରା
ଆମର ସଂସ୍କୃତି ।
ଧିରେ ଧିରେ ହୁଏ ଅବକ୍ଷୟ ମଣିଷର
ମଣିଷ ପ୍ରତି ପ୍ରୀତି
ପାଉନେ ଆଉ ନିସ୍ଵାର୍ଥ ସ୍ନେହର ନିଷ୍କାମ
ଶ୍ରଦ୍ଧା ଓ ଭକ୍ତି ।
କାହିଁ ଗଲା ଆମର କୀରତି, ମାଗିଖିଆ
ଆମର ହେଲାଣି ରୋଗ
ମାଗଣା ପାଇବା ପାଇଁ କରାହୁଏ କେତେ
ଆଜି ଭିନ୍ନ ଭିନ୍ନ ଉପଯୋଗ।
ବନ୍ଧୁଟିଏ ଜାଣି ପାରୁଥିଲା ବନ୍ଧୁର ବ୍ୟାକୁଳତା
ଓ ମନର କଥା
ବନ୍ଧୁ ହେବା ପାଇଁ ଲାଗିଛି ଲମ୍ବା ଧାଡି ନଭାଳି
କେବେବି ତାର ବ୍ୟଥା ।
ମାଗିଖିଆ ମନୋବୃତ୍ତିରେ ସଂସ୍କୃତିର ଅବକ୍ଷୟତା
ବହି ନେଡିଗୁଡ କହୁଣିରେ
ଉଠରେ, ମୋର ବୀର ଜାତି ପୂର୍ବପୁରୁଷଙ୍କ
କୀର୍ତ୍ତି ଫେରାଇ ଆଣିବାରେ ।