ଘାଟି
ଘାଟି
ଏ ମୋଡ ସେ ମୋଡ ହେଇ
ମନର ଭାଙ୍ଗ
ସେ ଭାଙ୍ଗରେ ଭେଟୁଥାଏ
ତୁମକୁ, ତାଙ୍କୁ ଆଉ ନିଜକୁ
ଶହେ ଥର ।
ଦେଉଳ ଗଢିବା ର କେତେ ଆଗରୁ
ମାଟି ମୁଣ୍ଡା ଗୁଣ୍ଡଖଣ୍ଡ କଲାବେଳେ
ଗପୁଥିଲେ ଆମେ
ଦଧିନଉତିରେ କୋଉ ଭାଙ୍ଗ
କେତେ ଗହୀର ହବ ।
ଆଶ୍ଚର୍ଯ୍ୟ ନୁହେଁ !
ତୁମେ ହି କୁହ ତ
ବିଶ୍ବାସ ର ଗୋଟେ ସୀମା କଣ ?
ଯିଏ ଯାହା କହେ ଦେଖାଏ
ଆମେ ବିଶ୍ବାସ କରୁ ବି ତ ।
ହଁ, ସତେ ତ।
ନହେଲେ ଏତେ ଘାଟି ଦେଇ
ପାଣି, ବଣ ଆଉ ସୂର୍ଯ୍ୟ କିରଣ
ଲଢନ୍ତେ କାହିଁକି !
ହେଃ ସିଏ ମନ ହେଉ କି,
ଘାଟିର ସର୍ପିଳ ବାଟଘାଟ,
ସବୁ ଖୋଜୁଥାନ୍ତି
ଗୋଟେ ସରଳପଥ
ଅଙ୍କେଇବଙ୍କେଇ
ଶହେ ମୋଡରେ ।
ପୁଣି ଆଶ୍ଚର୍ଯ୍ୟ ହେଲ ଟି ?
ମୁଁ ଜାଣେ ପରା
ଏଇ ଗୁଣଟି ବି
ଠିକ୍ ଗୋଟିଏ ଘାଟି ପରି।