STORYMIRROR

Kabiratna Nutan Kumar Behera

Tragedy Action

4  

Kabiratna Nutan Kumar Behera

Tragedy Action

ମିଛ ଦୁନିଆଁ

ମିଛ ଦୁନିଆଁ

1 min
523

ଶାସ୍ତ୍ର କହେ " ମୁଁ ସତ୍ୟ, ପ୍ରପଞ୍ଚ ଜଗତ ମିଥ୍ୟା "

ବ୍ୟତିରେକ ଏହା ସବୁ ସଂସାରରେ ଦିଏ ବ୍ୟଥା,

ଏ 'ମୁଁ' ନୁହେଁ ବ୍ୟକ୍ତି ବିଶେଷଙ୍କର ମୁଁ ର କଥା

ଏ ସବୁ 'ମୁଁ' ର ସୂତ୍ରଧର ଆଦି ଅନାଦିଙ୍କ ଗାଥା।


ଅନନ୍ତ ବ୍ରହ୍ମ ସେହି 'ମୁଁ' ସତ୍ୟ ସନାତନ

ସୃଷ୍ଟି ସ୍ଥିତି ପ୍ରଳୟର ସେ ଏକା ହିଁ କାରଣ,

ସେ ଶାଶ୍ବତ ଚିରନ୍ତନ ସବୁ ତାଙ୍କରି ସୃଜନ

ଜନ୍ମ ମୃତ୍ୟୁର ଚକ୍ରରେ ଘୁରାଉଥାନ୍ତି ଜୀବନ।


ଏ ସାରା ସଂସାର ଏକ ରଙ୍ଗମଞ୍ଚ ମାତ୍ର

ଅଭିନୟ କରନ୍ତି ଯିଏ ଯାହାର ଚରିତ୍ର,

କିଏ ଦୁଷ୍ଟ ଅଧମ କିଏ ଉତ୍ତମ ପବିତ୍ର

ନିଜ ନିଜ ଗୁଣ ସ୍ବଭାବରେ ହୁଅନ୍ତି ପ୍ରିୟପାତ୍ର।


'ଏନ୍ତୁଡ଼ି' 'ଜୁଇ' ଏ ଦୁଇ ନିଆଁର ଦୁନିଆଁ

ବ୍ୟବଧାନ ତାର ଜୀବନ ଆଉ ସବୁ ଧୂଆଁ,

କିଏ ଆସେ କିଏ ଯାଏ ରହେନା ତା' ନାଆଁ

ସବୁ ମାୟା ମୋହର ବନ୍ଧନ ଏ ଏକ କିମିଆଁ।


ଓଳିକର ଜୀବନ ପାଇ କିଏ କରେ କେତେ

ଚାଲିଗଲେ ସବୁ ହଜିଯାଏ ତା' ସହିତେ,

ଅଜ୍ଞାନ ଅନ୍ଧାରରେ ପଥ ହୁଡ଼ି ଯାନ୍ତି ଯେତେ

ଜୀବନ ଜଞ୍ଜାଳେ କଷଣ ପାଆନ୍ତି ସେତେ।


ମିଛ ଦୁନିଆଁରେ ସେଇ ସତ୍ୟକୁ ଥିଲେ ଧ୍ୟାୟୀ

ସେ ତାର ଫଳ ପାଇଥାଏ କର୍ମ ଅନୁଯାୟୀ,

ସଂସାରରେ କେହି କାହା ପାଇଁ ନୁହେଁ ଦାୟୀ

ବିଧିର ବିଧାନେ ସତ୍ କର୍ମରେ ହୁଏ ଜୟୀ।


ଭଲ ମନ୍ଦ ଆଲୁଅ ଅନ୍ଧାରକୁ ଯିଏ ବିଚାରି

ଚାଲିଥାଏ ସୁପଥେ ସେ ପ୍ରିୟ ହୁଏ ତାଙ୍କରି,

ଅନ୍ୟାୟ ଅନୀତି କରି ହୁଏ ଯେ ଅତ୍ୟାଚାରୀ

ସାରା ସଂସାର ପାଇଁ ହୋଇଥାଏ ସିଏ ବଇରି।


ମିଛ ଦୁନିଆଁରେ ଏ ସବୁ କାମନାର ପିପାସା

ଭୋଗିବାକୁ ହୁଏ ତାର ପରିଣାମର ଦୁର୍ଦ୍ଦଶା,

ଅଜ୍ଞାନଜନର ଦମ୍ଭ ଗର୍ବ ଅହଂକାର ଏକ ନିଶା

ଅକାଳେ ଅନର୍ଥ ଘଟି ଉଡ଼ିଯାଏ ତା ହଂସା।


ସଭିଙ୍କୁ ହାତ ଠାରି ଡାକୁଥାଏ ମଶାଣି

କିଏ କେତେବେଳେ ଚାଲିଯାଏ ପାରେନା ଜାଣି,

ଜ୍ଞାନୀ ମୁନି ବୁଝି ବିଚାରି ପାଳନ୍ତି ସତ୍ୟବାଣୀ

କାମନାର ବିନାଶରେ ହୋଇ ରହନ୍ତି ସୁଖିପ୍ରାଣୀ।


ମିଛ ଦୁନିଆଁରେ ପରଂବ୍ରହ୍ମ ପ୍ରଭୁ ହିଁ ସତ୍ୟ

ମହତଜନ ତାଙ୍କ ଉପାସନା କରୁଥାଏ ନିତ୍ୟ,

ଅଳପ ଦିନର ଏ ଜୀବନ ବୁଝି ତା' ମହତ୍ତ୍ଵ

ସଂସାରରେ ରଖିଯାଏ ସେ ତା' ଯଶର କୃତିତ୍ଵ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy