STORYMIRROR

Samar Ballav Bhoi

Abstract Action Inspirational

4  

Samar Ballav Bhoi

Abstract Action Inspirational

ଜୀବନର ସମ୍ଭାବନା

ଜୀବନର ସମ୍ଭାବନା

1 min
316


ଜନ୍ମ ରୁ ମରଣ ଜୀବନ ସମ୍ଭାର

ଦିଶେ ଝରଣାର ପାଣି ପରି

ବିଶ୍ବାସ ଗଛରେ ମନ ବାନ୍ଧୁ ବାନ୍ଧୁ

ସମୟର ସ୍ରୋତ ଯାଏ ବାହାରି ।


ଚାଲିବାକୁ ଭାରି କଷ୍ଟ ଲାଗେ ଯେବେ

ଜୀବନର ମାନେ ପଡି ଥାଏ ଖୋଜା

ସ୍ଥିର ହୋଇ ଥାଏ ସବୁ ଜୀବନ ଶୈଳୀ

ବୁଝିବା ସୁଝିବା ଆଗରୁ କିଛି ବ୍ୟଥା ।


କେବେ ଶୁଖିଯାଏ ଜୀବନର ନଈ

ସକାଳରୁ ସନ୍ଧ୍ୟା ଜୀବନ ବଞ୍ଚିବା ପାଇଁ

ଜଣା ପଡ଼େ ନାହିଁ ସମୟ ର ସ୍ରୋତ

ଜୀବନର ସମ୍ଭାବନା ରହିଛି ଅନାଇ ।


ବିଶ୍ବାସ ଚଢିଲେ ଜୀବନର ଡାଳେ 

ଅବିଶ୍ବାସ ଚଢେ କ୍ଷଣ ପ୍ରତିକ୍ଷଣେ 

ତଥାପି ମଣିଷ ଜୀବନ ରାସ୍ତାରେ

ଜୀବନର ସମ୍ଭାବନା ସବୁ ଜାଣେ ।


ମଣିଷ ଜୀବନ ଅତି ମୂଲ୍ୟବାନ

ବୁଝେ ନାହିଁ କେହି କେବେ

ଅଜଣା ଅଲୋଡ଼ା ପରି ଚାଲିଯାଏ

ସମ୍ଭାବନା ଥାଏ ଯେବେ ।


ଜୀବନ ର ରାସ୍ତା ଭାରି କଣ୍ଟକିତ

ଦେଖୁ ଦେଖୁ ପାଦେ ଫୁଟିଥାଏ 

ବୁଝିବା ଆଗରୁ କିଛି ଘଟିଥାଏ

ସମୟର ସମ୍ଭାବନା ସବୁ ଟାଣି ଥାଏ ।


Rate this content
Log in

Similar oriya poem from Abstract