ପ୍ରଣୟର ପ୍ରଥମ ପାହାଚ
ପ୍ରଣୟର ପ୍ରଥମ ପାହାଚ
ମନେପଡେ ଯେବେ ଆଜି ସେହି ଦିନ କଥା
ସେହି ପ୍ରଥମ ଦେଖାର ଅଭୁଲା ମୁହୂର୍ତ୍ତ,
ସେହି ଅଜଣା ପ୍ରେମର ପୁଲକ ଯେବେ ନୀରବରେ
ଦେହେ ଶିହରଣ ଖେଳାଇ ମୋହିଥିଲା ଚିତ୍ତ |
ଆଖିରେ ଆଖିରେ ପ୍ରଥମେ ହେଲା ବାର୍ତ୍ତା ବିନିମୟ
ସେଥିରୁ ଧୀରେ ଧୀରେ ଜନ୍ମିଲା ପ୍ରଣୟ,
ସେହି ପ୍ରଣୟର ମିଠା ମିଠା ସୁନ୍ଦର ପରସ
କରିଥିଲା ପୁଣି ଅଧରକୁ କେତେ ଅଥୟ ।
ଅଥୟ ହୋଇ ଅଧର ସେବେ ଧୀରେ ଧୀରେ
ଚାପି ଚାପି କହିଥିଲା କଥା କିଛି,
ଯାହାର ଅଜଣା ଆକର୍ଷଣରେ ଦୂରତାକୁ ଭୁଲି ଯାଇ
ଉଭୟ ଉଭୟଙ୍କୁ କହିଥିଲୁ, ଭଲ ପାଉଛି |
କିଛି ଲାଜ କିଛି ପ୍ରେମର ନିଶା ମିଶି
ମତୁଆଲା କରିଥିଲେ, ସମୟ ସାକ୍ଷୀ ରହିଛି,
ସେହି ପ୍ରଣୟର ପ୍ରଥମ ପାହାଚ ଲାଗୁଥିଲା ଖାଲି
ବଡ଼ ପରବତ ସମ, ସତ କହୁଛି |
ହସି ହସି ମଥା ନଇଁ ସିଏ ସେବେ
ତା ପାଦ ଆଙ୍ଗୁଳିରେ କାଟୁଥିଲା ଗାର,
ତାକୁ ଦେଖି ଖୋଜୁଥିଲି ଖାଲି କିଛି ଶବ୍ଦ
ପ୍ରଣୟର ପ୍ରଥମ ପାହାଚରେ ଲାଗୁଥିଲା ଡର |
କିଛି ଭଙ୍ଗା ଭଙ୍ଗା ଶବ୍ଦକୁ ନେଇ ଗଢୁଥିଲି
ଭାବନାକୁ ପ୍ରକାଶିବି କିଛି ଅଳଙ୍କାର ଦେଇ,
ସଜାଇବି ପ୍ରଣୟର ପ୍ରଥମ ପାହାଚକୁ ବଡ଼ ଆନନ୍ଦରେ
ଆଉ ରଖିବି ତାର ପାଦକୁ ନେଇ |
ଦେଖି ମୋର ସବୁ ଭଙ୍ଗୀ ସିଏ ସେବେ
ମୁରୁକି ହସି ଖାଲି ଚାହିଁଲା ମୋତେ,
ଜଣାଇବାକୁ, ପ୍ରଣୟର ପ୍ରଥମ ପାହାଚରେ ସଙ୍ଗେ ମିଶି
ରଖିବାକୁ ପାଦ, ଚାପି ଚାପି ସତେ |
ସେତିକିରେ ବୁଝିଥିଲି ତାର ସେହି ଅକୁହା କଥା
ପାଇଥିଲି ସେହି ଅପୂର୍ବ ପୁଲକର ସ୍ୱାଦ,
ପ୍ରଣୟର ପ୍ରଥମ ପାହାଚ ଡାକିଥିଲା ସତେ ଆମକୁ
ସ୍ୱାଗତ କରି କହିଥିଲା,ରଖିବାକୁ ପାଦ|

