STORYMIRROR

Samar Ballav Bhoi

Abstract Action Inspirational

4  

Samar Ballav Bhoi

Abstract Action Inspirational

ପିତାମାତାଙ୍କୁ ଭକ୍ତି

ପିତାମାତାଙ୍କୁ ଭକ୍ତି

1 min
300

ପିତା ମାତା ମୋର ପରମ ଈଶ୍ବର

ଜନ୍ମଦାତା ସିଏ ମୋର

ତାଙ୍କରି ସେବାରେ ଚାରିଧାମ ପ୍ରାପ୍ତି 

ମିଳଇ ବୈକୁଣ୍ଠ ପୁର ।


ସିଏ ମୋ ଜନ୍ମଦାତା ମୋ ପରିଚୟ

ତାଙ୍କରି ଚରଣେ ମୋ ଭକ୍ତି ଚନ୍ଦନ

ତାଙ୍କ ଆଶିଷେ ଜୀବନ ରାସ୍ତାରେ 

ସଫଳତା ମିଳେ କ୍ଷଣ ପ୍ରତିକ୍ଷଣ ।


ଦଶମାସ ଦଶ ଦିନ ଜଠରେ ଧରିଣ 

ଧରାପୃଷ୍ଠେ ଜନମ ଦେଇଛି ଯିଏ

ଅନେକ ଯନ୍ତ୍ରଣା ଦୁଃଖକଷ୍ଟ ସହି

ଦୁନିଆ ମାଟିରେ ମଣିଷ କରିଛି ସିଏ ।


ମାଆ ପରି କେହି ଏ ଜଗତେ ନାହିଁ

ତା'ର ସମାନ ନୁହନ୍ତି କେବେ

ଶତ ଜନମରେ ମାଆର ରୁଣକୁ 

ଚାହିଁ ସୁଝି ପାରିବାନି କେବେ ।


ସ୍ନେହ ମମତାର ବେଗ ଆବେଗକୁ

ମା ବୁଝି ପାରୁଥାଏ ସହଜେ

ଆମ ଚେତନାରେ ବେଦନାରେ ମା 

ଅହରହ ଗୁଞ୍ଜରିତ ହୋଇ ବାଜେ ।


ବାପ ଥିଲା ପୁଅ ସଭାରେ ହାରେନା

ଭଲ ଭାବେ ସମସ୍ତେ ଜାଣନ୍ତି ଏକଥା 

ଛାଇ ପରି ସାଥେ ସଦା ଚାଲିଥାନ୍ତି 

ସିଏ ପିତା ପରା ଆମ ପାଳନ କର୍ତ୍ତା ।


ସଫଳ ଜୀବନ ଗଢିବାର ବିନ୍ଧାଣି ସିଏ

ଭୁଲକୁ ପରଖି ସଠିକ୍ କରନ୍ତି ଗଠନ

ଲକ୍ଷ୍ୟ ଓ ଆଦର୍ଶର ବିଶ୍ବକର୍ମା ସିଏ

ପଥର ଚଟାଣ ପରି ଶକ୍ତ ଧୈର୍ଯ୍ୟ ଚିନ୍ତନ। 


ଭୁଲିଯିବା ପଛେ ସବୁ କିଛି ଆମେ 

ଭୁଲି ବାନି କେବେ ପିତାମାତାଙ୍କୁ 

ତାଙ୍କମନେ କେବେ କଷ୍ଟ ଦେବାନି

ସଦା ଭକ୍ତି ରଖିଥିବା ବୟସର ଅପରାହ୍ନକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract