STORYMIRROR

Chittaranjan Nanda

Abstract Action Inspirational

4  

Chittaranjan Nanda

Abstract Action Inspirational

ମୋ ମାତୃଭୂମି, ମାତୃଭାଷା ଓଡିଆ

ମୋ ମାତୃଭୂମି, ମାତୃଭାଷା ଓଡିଆ

1 min
253

ଓଡ଼ିଶା ମୋ ଜନ୍ମଭୂଇଁ, ମୁଁ ଓଡ଼ିଆ, ମୋ ମାତୃଭାଷା 

ଓଡ଼ିଆ, ନାଁଟି ତାର ଓଡ଼ିଆ

ପ୍ରାଣ ସଞ୍ଜୀବନୀ, ଭାବନା ସବୁ ପ୍ରାଣରେ ବିନ୍ଦୁ ବିନ୍ଦୁ 

ହୋଇ ତାହା ତ ଅନ୍ତର ରାହା ।


ମାତୃଭାଷା ମୋର ଓଡ଼ିଆ, ଅନୁଭବ ହୁଏ ବାହାରେ 

ଥିଲେ, ଶୁଣି ଲାଗେ ଭାରି ବଢିଆ

ସେତେବେଳେ ଜାଣେ କେତେ ସୁନ୍ଦର ମୋ ଭାଷା, 

କେଉଁଠି ନାହିଁ ଏମିତି ସୁର ମୋ ଭାଷା ଭଳିଆ।


ଓଡିଆ ଭାଷାଟି ଓଡିଆ ଜାତିର ଐଶ୍ବର୍ଯ୍ୟ ଓଡିଆ 

ସଂସ୍କୃତିର ସୂକ୍ଷ୍ମ କଳା

ଓ଼ଡିଶୀ ଜନ ଜୀବନର ଆକାଂକ୍ଷା ନିର୍ଝର ଉତ୍କଳର 

ପ୍ରଗତିର ମୁଖଶାଳା  ।


ମାତୃଭାଷାରେ ମନର ଭାବ ଓ ହୃଦୟ ସ୍ପନ୍ଦନ 

ଭଲ ଭାବରେ ହୋଇପାରେ ବ୍ୟକ୍ତ 

ମାତୃଭାଷାର ପ୍ରୟୋଗେ ଭାବ ଆଦାନ ପ୍ରଦାନ 

ଆଣେ ମୈତ୍ରୀ ମନ୍ଦାକିନୀର ସ୍ରୋତ ।


ମନ ରାଇଜରେ ମୋ ହୃଦୟ ସିଂହାସନରେ, 

ରହିଛି ଶ୍ରେଷ୍ଟ ମୋ ମାତୃଭାଷାର ଆସନ

ମୋ ମନର ଭାବନା ସବୁ ତ ତୁମ ଦାନ,ତାରି 

ସେବାରେ ମୋର ମନପ୍ରାଣ କରିଛ ସମର୍ପଣ ।


ସାଉଁଟି ସାଉଁଟି ଶବ୍ଦର ମାନେ ମୋ ଜିଜ୍ଞାସାରେ

ଚେଷ୍ଟା କରେ, କିନ୍ତୁ କେବେ ହୁଏନା ଶେଷ

ସେ ତ ସମୁଦ୍ର, ଅଛିଣ୍ଡା ଗଣିତ ପ୍ରକ୍ରିୟା ଅଶେଷ 

ଜିଜ୍ଞାସାର କେବେ ତ ହେବ ନାହିଁ ଶେଷ ।


କରିପାରେ କି କିଏ କୁହ ସମୁଦ୍ର ଜଳର ଦୀର୍ଘ 

ପରିଧି ଓ ବ୍ୟାପକତାର ସନ୍ଧାନ

ଗଢିବାକୁ ଚେଷ୍ଟା କରେ ଭାଷାରେ ଫଗୁଣର ସପ୍ତ

ରଙ୍ଗ କରନ୍ତି ଅଟ୍ଟହାସ୍ୟ, ଶବ୍ଦ ପୁଞ୍ଜିଗଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract