STORYMIRROR

Gangotri Priyadarshini

Abstract Action Inspirational

4  

Gangotri Priyadarshini

Abstract Action Inspirational

କନ୍ୟା ରତ୍ନ

କନ୍ୟା ରତ୍ନ

1 min
280

"କନ୍ୟା ରତ୍ନ " ସର୍ବେ ନେବା ତାଙ୍କ ଯତ୍ନ

ଭଲ ମଣିଷ କରି ଗଢିବା

ଶିକ୍ଷା ସଂସ୍କାର ରେ ସ୍ନେହ ଆଦରରେ

ଜୀବନ ତାଙ୍କ ସିଂଚିବା !!


କନ୍ୟା ଯୋଗ୍ୟା ହୋଇ ନାରୀ ରୂପ ନେଲେ

ସମାଜ ଚେହେରା ବଦଳି ଯାଏ

ଘର ପରିବାର ମାନବ ସମ୍ପର୍କ ଆଧାର

ଦେଶକୁ ଉନ୍ନତି ମାର୍ଗ ଦେଖାଏ !!


ପୁତ୍ର କନ୍ୟା ମଧ୍ୟେ ବିଭେଦ ଦୂର ହେଲେ

 ଆମ ଭବିଷ୍ୟ ସୁଧୁରି ଯିବ

ସ୍ୱାସ୍ଥ୍ୟ ଅର୍ଥନୀତି ପୁଣି ଶିକ୍ଷାର ଦୁର୍ଗତି

ଧୀରେ ଧିରେ ଦୂର ହୋଇବ !!


ଉପଯୁକ୍ତ ଧ୍ୟାନ ମାନ ସନମାନ ମିଳୁ

ନାରୀ ଲକ୍ଷ୍ମୀ ସମ ସଂସାରେ

ନାରୀ ପୁରୁଷ ଯେ ଏକ ବୃନ୍ତ ଧାରେ

କଳିକା ପ୍ରାୟ ବାସ କରେ !!


ଯେଉଁ ସମାଜରେ କନ୍ୟା ପୂଜା ପାଏ

ଧନ୍ୟ ସେ ସଂସାର ଜାଣ

ବିବେକ ବିଚାରି ସବୁ ଶିଶୁ ଏକା ପରି

ଭାବନା ରଖିବା ରହିଲା ରାଣ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract