STORYMIRROR

Sunanda Mohanty

Romance Inspirational Thriller

3  

Sunanda Mohanty

Romance Inspirational Thriller

ଶୁଭପରିଣୟ 

ଶୁଭପରିଣୟ 

1 min
1


ଶୁଭପରିଣୟ ହେଉ ଉର୍ଦ୍ଧମୁଖି
ଦମ୍ପତ୍ତି ହୁଅନ୍ତୁ ସଦା ସୁମୁଖି ସୁଖୀ
ବାଟ ଚଳୁଥାଆନ୍ତୁ ଭଲ ମନ୍ଦ ପରଖି 
ଲାଖି ଯାଉ ଆଖି ତାଙ୍କୁ ଦେଖି 
ନୂତନ ଜୀବନ ଆଣୁ ଉପହାର ସାକ୍ଷୀ 
ଦିଅ ନାହିଁ ଅବା ନିଅନାହିଁ ବାକି 
କଥା କହୁଥାଅ ଜଗିରଖି 
ମନ ନେଉଥାଅ କିଣି ସଭିଙ୍କର
ମିଠା କଥା ପଦେ ଅଧେ ଯୋଖି 
ଆଖିରେ ଅଳସ ଓଠରେ ପରସ 
ଅମୃତ ମଣୋହି ମାଖି 
ସଂସାର ନାଆ ରେ ବସି ରହି
 ଦୁଇ ପ୍ରେମ ପକ୍ଷୀ 
ତଲେଇ ଆହୁଲା ଦୁହେଁ ଦୁହିଁଙ୍କର 
ସତେ ଅବା ମନପକ୍ଷୀ 
ଗଢି ନୀଡ଼ ପୁଣି ମାନବ ଆଳୟ 
ସଦା ରହିଥାଅ ପାଖାପାଖି 
ଯଥା ସ୍ଥାନରେ ଯଥା ଜିନିଷ 
ଆଣି ନେଇ ଥୋଇ ରଖି 
ଝୁଣ୍ଟ ନାହିଁ କିବା ଖୁଣ୍ଟ ପରି ହୁଅନାହିଁ
ଖଣ୍ଟ ପଣ କାର ଦେଖି 
ସିଧା ସାଧା ଜୀବନରେ ଶିଖି 
ପାଇ ଦିବ୍ୟଦୃଷ୍ଟି ଧରି ରଖି 
ଚକାଆଖି ସାକ୍ଷୀ ତାଙ୍କୁ ମିନତି 
କରନ୍ତୁ ସଦା ଦୁହିଁଙ୍କୁ ସୁଖୀ 
ଦେଖି କଳାପକ୍ଷୀ ମନ ମୁନ ଓ ଚୈତନ୍ୟ 
ଶିଖିବାକୁ ଉଚ୍ଛନ୍ନ ଆଚ୍ଛନ୍ନ ଦୁହିଁଙ୍କୁ ଦେଖି
ଆଶୀର୍ବାଦ ନିଅ ବର ବରବଧୂ
ବୁଝି ଅସହାୟଙ୍କ କଥା ଦୁଃଖୀ ରଙ୍କି
ହୋଇଥାଅ ସଦା ସୁଖୀ


Rate this content
Log in

Similar oriya poem from Romance