ଶୀତ ସପନ
ଶୀତ ସପନ
1 min
2
ମନେ ପଡେ ଆଜି
ସେଇ ସୁନାଝରା ପିଲାଦିନ
ପ୍ରଜାପତି କଙ୍କି ଧରିବା ଦିନ
ଦେଖୁଥିଲୁ ଯେବେ ଭୂତ ସପନ
ବାପା କହୁଥିଲେ ଶୁଅ ଏଥର
ଛାଡ଼ି ମାଆ କୋଳ ଏକୁଟିଆ ସଦନ
ଭୟ ଥିଲା ଚୋର ଭୟ ଥିଲା ଭୂତ
ଜେଜେମା କରୁଥିଲା ଗଳ୍ପ କଥନ
ପାଇବାକୁ ସାହାସୀ ବୀର ଜୀବନ
ଜେଜେ ଆଣି ଥିଲେ ନାଲିଆ ବାଡ଼ି
ବଂକୁଲି ବାଡ଼ିରେ ଥିଲା ଏ ମନ
ଭାବି ଭାବି ସାଙ୍ଗ ସାଥି ଖେଳ କୌଶଳ
ବିତୁଥିଲା ରାତି ବିତୁଥିଲା ଦିନ
ଆଜି ଶୀତ ସକାଳର ରୁମ ହିଟର
ନାହିଁ ଆଗ୍ରହ ନିଆଁ ପୁଆଁ ରେ ମନ
ଉଠ ବସ ପରି କେତେ ବା୍ୟାମ
ମାଆ କହେ ବାଜିରାଉତ ଧ୍ରୁବ କଥାମାନ
ଆଜି ଅପାସୋରା ସେସବୁ ଦିନ
ଚାଳ ଘର ନାହିଁ ବିଦ୍ୟୁତ ଆଲୋକେ ଜୀବନ
ଖୋଲା ଅଗଣା ଘର ସାତ ସପନ
ଲଗାଇ ଫୁଲ ଗଛ ମାନୁନି ମନ
ଥାଆନ୍ତା ଯଦି ମୋର ବିହଙ୍ଗ ପକ୍ଷ
ଲଙ୍ଘି ଭୀମଗିରି ସମୁଦ୍ର ବକ୍ଷ
ଫେରିପାଇବାକୁ ମୋ ପିଲାଦିନ
ଉଡିଯାଆନ୍ତି ଗାଁକୁ ଫେରେଇ ଆଣିବାକୁ
ସ୍ମୃତି ଦହନ ମନେ କମ୍ପନ
ଏ ଶୀତୁଆ ରାତି ଆଉ ମଧ୍ୟାହ୍ନ
