ନାରୀ ଏକ ପାରିଜାତ ପରି
ସ୍ନେହ ବାଣ୍ଟେ ଧାନ କୁଟେ
ପାଣି ଗରା ଧରି ଚାଲେ ଥିରି
ସାଧବ ବୋହୁ ଦେଖିଲେ ଏଣିକି
ଭାବିବା ମାଆ ସରି ପରୀ
ସରଗ ରାଇଜୁ ଅମୃତ ମଣୋହି ଧରି
ଆସିଛି ଧରାପରେ ସାତରଙ୍ଗୀ ଭାର ଭରି
ସଭିଙ୍କ ପାଇଁ ଭାବୁ ଭାବୁ
ନିଜେ ହୁଏ କେତେ ସରି
ଛିଙ୍କିଲେ କାଶିଲେ ବାଟ ହୁଏ ଭାରି
ଦେଖିଲେ ମୁଣ୍ଡିଆ ପରିବର୍ତ୍ତେ ଗୋଇଠା ପରି
କାହିଁକି ଫିଙ୍ଗି ଟେକା ଦେଇ ଧୋକା
ହେବା କୁସଂସ୍କାରୀ
ମାଆ ଛାତି ପେଟ ପିଠି ଚିରି
ଦୁନିଆଁ ଦେଖିଲେ ସନ୍ତର୍ପଣ ଅନୁସରି
ନୂଆବର୍ଷ ରେ ଶପଥ ନେବା
ମାଆ ଜାତିକୁ ଦୁଃଖ ନଦେବା
ମଣିଷ ପଣିଆ ପଡ଼ୁ ଉତୁରି
ବତୁରି ସ୍ନେହ ଶ୍ରଦ୍ଧା ପରଷେ
ବଞ୍ଚିବା ସତୁରୀ ପଥ ପାଥେୟ ଅନୁସରି
ନବବର୍ଷ ଶପଥ ନେବା ବିଭୁ ପଦ ସ୍ମରି