ମୋ ଦେଶ ଭାରତ ଅଟେ ସାରସ୍ୱତ
ମାଟିମାଆ ସଙ୍ଗେ ଆକାଶ
ରାଇଜସବୁର ବେଶ ପୋଷାକ ଭାଷା
ଆମେ ସବୁ ଅନେକରେ ଏକ
କଥା କହେ ପ୍ରକୃତି ଗାଇ ଗୀତ ଅନେକ
ଭାଷା ସଂସ୍କୃତି ପରମ୍ପରା ଅଟେ ଅଖ
ଗୀତା ଭାଗବତ ଶ୍ରୀ ବେଦ ଶ୍ରୀ ଉପନିଷଦ
ସମୟର ସବୁତକ ଚକ
ମହୋଦଧି ସାଗର ଆକାଶ ପାତାଳ ଧରିତ୍ରୀ
ପାହାଡ଼ ଝରଣା ଚକ ଅଖ ସବୁଯାକ
ସମୟ ସାରଣୀ ପ୍ରକୃତି ଚାହାଣୀ ବାରୁଣୀ
ସବୁକୁ ନିୟନ୍ତ୍ରଣେ ରଖ
ସଂସ୍କାର ସଂସ୍କୃତି ଭକ୍ତି ପ୍ରୀତି ମୈତ୍ରୀ ପଞ୍ଚସୁତ୍ରୀ
ଦେଖାଇଛନ୍ତି ଦେଶ ରକ୍ଷକ
ଦେଶର ନାଉରୀ ହୋଇ ରଥି ମହାରଥୀ
ଗାଆନ୍ତି ଜୟ ମୋ ଦେଶ ସୈନିକ
ଖରା ବର୍ଷା ଶୀତ କାକର କୁ ନଡରି ଋତୁ ପଛ କରି
ଜୟ କିଷାନ ଅବା କୃଷକ
ଦେଶ ପାଇ ରଣ କରି ଯାଏ ସେବା ଅବା ଋଣ
ପଛଘୁଞ୍ଚା ନାହିଁ ବୀର ଜାତକ
ଅଟଳବିହାରୀ ବାଜପେୟୀଙ୍କ ପରି ରାଜନୀତିର
ରଣବୀର ହେବା ସବୁ ମଣିଷତକ
ବିଧେୟ ବିଧାନ ଆତ୍ମା ପରମାତ୍ମା ମିଳନ କରିବା
ମହତ୍ତ୍ୱ ଗରିମା ରଖି ସମ୍ବିଧାନିକ ସହ ଐଶ୍ଵର୍ଗିକ