STORYMIRROR

Sunanda Mohanty

Action Thriller Others

4  

Sunanda Mohanty

Action Thriller Others

ଦେବ ପ୍ରତିନିଧି ବନବାସୀ 

ଦେବ ପ୍ରତିନିଧି ବନବାସୀ 

1 min
0


ସରଳ ଆମାୟିକ ଦେବ ତୁଲ୍ୟ 
ଛନ୍ଦ କପଟ ନୁଁହଁ ଜୀବନ ମୂଲ୍ୟ 
ଶିକ୍ଷା ଠାରୁ ଦୂରେଇ ମଣିଷପଣିଆ ପାଇଁ 
ସର୍ବଜନବିଦିତ ଇଶ୍ୱର ଇଶ୍ୱରୀ ବୋଲାଇ 
ଅମୃତର ଶିଶୁ ସରାପ ପିଇ 
ମାଆ ପିଠିରେ ନାଉ ହୋଇ ବଞ୍ଚିବା ଶିଖଇ 
ଖରା ବରଷା ଶୀତ କୁ ନାହିଁ ଡର 
ସବୁଠୁ ସରଳ ଜାଣେନା ଗରଳ ସମ ଇଶ୍ୱର 
କରେ ପର ଉପକାର 
ଲାଖ ମହୁ ତ୍ରିଫଳା ଝୁଣାରେ ପୁରେ ଆମ ଘର 
ପରିଶ୍ରମୀ ନାହିଁ ଘର ଅବା ଲୋଭ 
ନିର୍ଭିକ ନଥାଏ ଡର ହାବଭାବ 
ସତେ ଇଶ୍ୱର ନିଜେ ଓଲ୍ହାଇ ଆସିଛନ୍ତି ବଣପୁର 
ଆଦିବାସୀ ଜନଜାତି ନୁଁହଁନ୍ତି ଛାର 
ଜାଣନ୍ତି ଅଭ୍ୟାଗତ ଅତିଥି ମୂଲ୍ୟ 
ଯେ ନିଜେ ଇଶ୍ୱର ସେ ଅନ୍ୟକୁ 
ଦେଖେ ଇଶ୍ୱର ତୁଲ୍ୟ ଖୋଜେନା ମୂଲ୍ୟ 
ନିଜେ ସେତ ନିଜ ଉଦାହରଣ କରିଛି ବରଣ 
ସତ୍ୟ ଧର୍ମ ଆଂହିସାରେ ବଣ ମୂଲକେ ତା ମୂଲ୍ୟ


Rate this content
Log in

Similar oriya poem from Action