STORYMIRROR

Bijoy Jena

Action Inspirational Others

3  

Bijoy Jena

Action Inspirational Others

ଲକ୍ଷ୍ୟଭ୍ରଷ୍ଟ

ଲକ୍ଷ୍ୟଭ୍ରଷ୍ଟ

1 min
181


ଆଗରେ ରହିଛି ଅସୁମାରୀ ସ୍ବପ୍ନ

କିନ୍ତୁ ଜୀବନ ପଥ ସୀମିତ

ସେଇ ପରିସର ମଧ୍ୟରେ ଆମକ୍କୁ

ବାଛିବାକୁ ହେବ ଏକ ସୁନ୍ଦର ଓ ନିର୍ଦ୍ଦିଷ୍ଟ ଲକ୍ଷ୍ୟ,

ଯାହାକୁ ନେଇ ଆଗକୁ ବଢ଼ିବାକୁ ହେବ

ରଙ୍ଗୀନ ସପନ ଦେଖିବାରେ କେବେ

ସଫଳ ହୁଅଇ ନାହିଁ

ସ୍ବପ୍ନକୁ ସାକାର କରିବାକୁ ପଡ଼ିବ

ପଥ ବହୁ ଦୂର, କଣ୍ଟକିତ ମଧ୍ୟ

କେଉଁଠି ଆଲୋକ ଦେଖିବ ଅବା

କେଉଁଠି ଘନ ଅନ୍ଧକାର ବି ରହିଛି

ଚାଲିବାକୁ ହିଁ ପଡ଼ିବ, ଧୀରେ ଧୀରେ

ଗତିପଥ ବଦଳାଇ ଦେଇ ଆଗକୁ ବଢ଼ିବାକୁ ହେବ, ଶେଷରେ ଏକ ସୁନ୍ଦର ପଥର

ଦୃଶ୍ୟମାନ ହେବ, ସେଇ ପଥ ଆମେ

ସ୍ଥିରକରିଥିବା ଆମ ଲକ୍ଷ୍ୟ ସ୍ଥଳ

ତେଣୁ ଚାଲିବାର ଅନ୍ୟ ନାମ ହେଉଛି ଜୀବନ, ଅଟକିଯିବା ହିଁ ମୃତ୍ୟୁ

ମୃତ୍ୟୁ ତ ସୁନିଶ୍ଚିତ, ତେବେ ତାହାକୁ ଡରିବା କାହିଁକି?

ଚାଲୁ ଚାଲୁ ଲକ୍ଷ୍ୟ ସ୍ଥଳରେ ଆଜି ଅବା କାଲି ପହଞ୍ଚିଯିବା

ଲକ୍ଷ୍ୟ ଭ୍ରଷ୍ଟ ହେବାକୁ ଜମାରୁ ଦେବାନି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action